ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ କୋଝିକୋଡ୍‌ ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୩ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମିମାନ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

ଏୟାର ଇଣ୍ଡିଆର ବିମାନଟି ବନ୍ଦେ ଭାରତ ମିଶନ ଯୋଜନାରେ ଦୁବାଇରୁ ପ୍ରବାସୀ ଭାରତୀୟଙ୍କୁ ନେଇ କେରଳ ଆସୁଥିଲା। କୋଝିକୋଡ୍‌ ବିମାନ ବନ୍ଦରରେ ଅବତରଣ କରିବା ବେଳେ ରନୱେରୁ ବିମାନଟି ଖସି ଯିବାରୁ ଆଗପଟୁ ଦୁଇଖଣ୍ଡ ହୋଇଯାଇଥିଲା।

ଏହି ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ୧୨୮ ଜଣ ପୁରୁଷ ଯାତ୍ରୀ ଥିବା ବେଳେ ୪୬ ଜଣ ମହିଳା, ୧୦ ଜଣ ଛୋଟ ପିଲା ଏବଂ ୫ ଜଣ କ୍ରିଉ ମେମ୍ବର ଥିଲେ।

Comment