ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ କୋଝିକୋଡ୍‌ ବିମାନ ବନ୍ଦରରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଦୁବାଇରୁ କୋଝିକୋଡ୍‌ ଆସୁଥିବା ଏୟାର ଇଣ୍ଡିଆ ବିମାନଟି ରନୱେରୁ ଖସିଯିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୮୯ ଯାତ୍ରୀ ଏବଂ ୬ ଜଣ କ୍ରୀଉ ମେମ୍ବର ଥିଲେ। ଲ୍ୟାଣ୍ଡିଂ ବେଳେ ସ୍କିଡ୍‌ କରିବାରୁ ବିମାନଟି ଦୁଇଖଣ୍ଡ ହୋଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବହୁ ଯାତ୍ରୀ ଆହତ ହୋଇଛନ୍ତି।

ଏହି ଦୁର୍ଘଟଣାରେ କେରଳ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଗ୍ନିଶମ ବାହିନୀ ଏବଂ ଏନଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏପଟେ ବିମାନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ବର୍ଷା ଯୋଗୁଁ ବିମାନଟି ଲ୍ୟାଣ୍ଡ କରିବା ବେଳେ କ୍ରାସ କରିଥିବା କୁହାଯାଉଛି।

ପ୍ରାଥମିକ ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ପାଇଲଟ ପ୍ରାଣ ହରାଇଥିବା କୁହାଯାଉଛି।

Comment