ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳ କୋଝିକୋଡ୍‌ ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ଘଟିଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରିଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ଅନ୍ୟ ୧୨୭ ଯାତ୍ରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ବିମାନ ଦୁର୍ଘଟଣା ପରେ ରିଲିଫ୍ କାର୍ଯ୍ୟ ପାଇଁ  ଦିଲ୍ଲୀ ଓ ମୁମ୍ବାଇରୁ କେରଳକୁ ଦୁଇଟି ସ୍ୱତନ୍ତ୍ର ବିମାନ ଯାଇଛି। ସମସ୍ତ ଯାତ୍ରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ବିମାନ ଯାଇଛି।

ଅନ୍ୟପଟରେ ଦୁଘର୍ଟଣାର ତଦନ୍ତ ପାଇଁ  ଏଏଆଇବି, ଡିଜିସିଏ ଓ ବିମାନ ନିରାପତ୍ତା ଟିମ୍‌  ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଶୁକ୍ରବାର ରାତିରେ ଏୟାର ଇଣ୍ଡିଆର ବିମାନଟି ବନ୍ଦେ ଭାରତ ମିଶନ ଯୋଜନାରେ ଦୁବାଇରୁ ପ୍ରବାସୀ ଭାରତୀୟଙ୍କୁ ନେଇ କେରଳ ଆସୁଥିଲା। କୋଝିକୋଡ୍‌ ବିମାନ ବନ୍ଦରରେ ଅବତରଣ କରିବା ବେଳେ ରନୱେରୁ ବିମାନଟି ଖସି ଯିବାରୁ ଆଗପଟୁ ଦୁଇଖଣ୍ଡ ହୋଇଯାଇଥିଲା।

Comment