ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ସୁନା ପିନ୍ଧିବାକୁ ସମସ୍ତେ ଭଲ ପାଆନ୍ତି। କିନ୍ତୁ ସୁନା ପିନ୍ଧିବା ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ଦେହରେ ଦୁଇ କେଜି ଓଜନର ସୁନା ପିନ୍ଧି ହଟହଟା ହୋଇଛନ୍ତି ମଧ୍ୟପ୍ରଦେଶର ଗୋଲ୍ଡମ୍ୟାନ।

ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ୱାଡ ଗୋଲ୍ଡମ୍ୟାନଙ୍କୁ ଗିରଫ କରିବା ସହ ନିଜ ହେପାଜତକୁ ନେଇଛି। ମଧ୍ୟପ୍ରଦେଶର ଲୁଇସ ପଲ୍ ନାମକ ବ୍ୟକ୍ତି ନିଜ କାରରେ ଝାନ୍ସିରୁ ମୁମ୍ବାଇ ଯାଉଥିବା ବେଳେ ତାଙ୍କୁ ପୋଲିସ ଅଟକ ରଖିଥିଲା। କାରଣ ସେ ବେକରେ ଦୁଇଟି ମୋଟା ଚେନ୍, ହାତରେ ସୁନାର ବ୍ରେସଲେଟ, ସୁନାର ଘଣ୍ଟା, ସୁନାର ଦାମୀ ମୁଦି ପିନ୍ଧିଥିଲେ। ଯାହାର ମୂଲ୍ୟ ପାଖାପାଖି ୭୦ ଲକ୍ଷରୁ ଅଧିକ ରହିଥିଲା। ତେବେ ଫ୍ଲାଇଙ୍ଗ ସ୍କ୍ୱାଡ ତାଙ୍କୁ ଅଟକ ରଖିବା ପଛର କାରଣ ମଧ୍ୟ ରହିଛି। କାରଣ ମଧ୍ୟପ୍ରଦେଶରେ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ କରାଯାଇଛି।

ନିର୍ବାଚନ ଆଚାର ସଂହିତାର ନିୟମ ଅନୁଯାୟୀ, ଏହି ସମୟରେ ମହିଳା ମାନେ କେବଳ ୫୦୦ ଗ୍ରାମର ସୁନା ଓ ପୁରୁଷ ମାନେ ୨୫୦ ଗ୍ରାମର ସୁନା ଆଭୂଷଣ ପିନ୍ଧିବାକୁ ଅନୁମତି ମିଳିଥାଏ।

କିନ୍ତୁ ଧରାପଡିଥିବା ବ୍ୟକ୍ତି ଜଣକ ଦୁଇ କିଲୋରୁ ମଧ୍ୟ ଅଧିକ ଆଭୁଷଣ ପିନ୍ଧିଥିଲେ। ତେଣୁ ତାଙ୍କୁ ଅଟକ ରଖାଯାଇଥିଲା। ତେବେ କଷ୍ଟମ ବିଭାଗର ଅଧିକାରୀ ଆଭୂଷଣର ବିଲ ଦେଖିବା ପରେ ତାଙ୍କୁ ଛାଡି ଦେଇଥିଲେ। କିନ୍ତୁ ଆୟକର ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।

Comment