ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରପଡା ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ପହଞ୍ଚିଛି ପୁରୁଷ ହକି ବିଶ୍ୱକପର ମାସ୍କଟ। ଜଗସିଂହପୁର ଜିଲ୍ଲାରେ ଏହି ମାସ୍କଟ ପରିକ୍ରମା ସାରି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଞ୍ଚିଛି।

କେନ୍ଦ୍ରାପଡ଼ା ସହରର ଗୋପଛକ ନିକଟରେ ମାସ୍କଟ ପହଞ୍ଚିବା ପରେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ମାସ୍କଟକୁ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା।

ଏହି ମାସ୍କଟକୁ ଜିଲ୍ଲାପାଳ ଦାଶରଥି ଶତପଥୀ ଫୁଲତୋଡା ଦେଇ ସମ୍ବର୍ଦ୍ଧନା କରିଛନ୍ତି। ସାଇକେଲ ଯୋଗେ ୫ ଜଣ କ୍ରୀଡ଼ାବିତ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଏହି ମାସ୍କଟ ସହିତ ଆସିଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ଝିଅ ଓ ଦୁଇଜଣ ପୁଅ ଅଛନ୍ତି।

ଏହି ମାସ୍କଟ କେନ୍ଦ୍ରାପଡ଼ା ଜିଲ୍ଲାରେ ଶନିବାର ରାତିରେ ରହିବା ପରେ ରବିବାର ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ମାସ୍କଟକୁ କେନ୍ଦ୍ରାପଡ଼ାରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସାରା ରାଜ୍ୟରେ ମାସ୍କଟ ଓଲିକୁ ପରିକ୍ରମା କରାଯାଉଛି।

Comment