ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଅଧିନରେ ଥିବା ପବ୍ଲିକ୍ ସେକ୍ଟର (ପିଏସ୍ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ଉପଲକ୍ଷେ ପିଏସ୍ୟୁରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସୋମବାର ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଏହା ହେଉଛି ରାଜ୍ୟ ପିଏସ୍ୟୁ କର୍ମଚାରୀଙ୍କ ପାଇଁ ଦୀପାବଳି ଭେଟି।
ରାଜ୍ୟ ସରକାର ୨ ପ୍ରତିଶତ ମହଙ୍ଗା ଭତ୍ତା ଅଥବା ଡିଏ ବୃଦ୍ଧି କରିଛନ୍ତି। ପୂର୍ବରୁ ମହଙ୍ଗା ଭତ୍ତା ୭ ପ୍ରତିଶତ ଥିଲା। ତାହା ଏବେ ବଢ଼ି ୯ ପ୍ରତିଶତରେ ପହଞ୍ଚିଛି।
ଏହି ବର୍ଦ୍ଧିତ ଭତ୍ତା ୨୦୧୮ ମସିହା ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ। ଏହା ପୂର୍ବରୁ ରାଜ୍ୟ ସରକାର, ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା ଓ ଟି ଆଇ ବୃଦ୍ଧି କରିଥିଲେ।