ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକର ୩ ଲୋକସଭା ଏବଂ ୨ ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ବିଜେପିକୁ ପଛରେ ପକାଇ କଂଗ୍ରେସ-ଜେଡିଏସ୍ ମେଣ୍ଟ ବାଜି ମାରିଛି।

ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ୍ ପ୍ରାର୍ଥୀ ବାଜିମାତ କରିଥିବା ବେଳେ ରାମନଗର ବିଧାନସଭା ଆସନରେ ଜେଡିଏସ୍ ଏବଂ ଜମାଖଣ୍ଡି ବିଧାନସଭା ଆସନରେ କଂଗ୍ରେସ ବିଜୟ ହାସଲ କରିଛି। ସିମୋଗା ଲୋକସଭା ଆସନରେ ବିଜେପ ପ୍ରାର୍ଥୀ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦ୍ୟୁରପ୍ପାଙ୍କ ପୁଅ ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି।

୪ଟି ଆସନରେ କଂଗ୍ରେସ-ଜେଡିଏସ୍ ପ୍ରାର୍ଥୀ ଏବଂ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଥିଲେ।

ବଲୋରୀ, ସିମୋଗା, ମାଣ୍ଡ୍ୟା ଲୋକସଭା ଏବଂ ଜାମଖଣ୍ଡି, ରାମନଗର ବିଧାନସଭା ଆସନରେ କଡ଼ା ସୁରକ୍ଷାବଳୟ ଭିତରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଭୋଟ ଗଣତି ଚାଲିଥିଲା।

ରାମନଗର ଆସନରେ ଜେଡିଏସ୍ ପ୍ରାର୍ଥୀ ଅନୀତା କୁମାରସ୍ୱାମୀ ଆଗରେ ରହିଛନ୍ତି।

Comment