ଓଡ଼ିଶାଲାଇଭ୍ ବ୍ୟୁରୋ

ହକିପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ  ରିଲିଜ୍ ହେଲା ”ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ” ସଙ୍ଗୀତ ଭିଡିଓ।

ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ କେଇଟା ଦିନ ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ପୁରୁଷ ହକି ବିଶ୍ୱକପ। ଓଡିଶାରେ ହକି ମାନିଆକୁ ଆଖି ଆଗରେ ରଖି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଖେଳାଳୀ ଏବଂ ଖେଳ ପ୍ରିୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏକ ସଂଗୀତକୁ ପ୍ରସ୍ତୁତ କରିଛନ୍ତି। ଦୀପାବଳିରେ ଏହି ସଙ୍ଗୀତ ଭିଡିଓ ରିଲିଜ ହୋଇଥିଲା।

ଏହି ଗୀତର ଟାଇଟଲ ରହିଛି “ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ।”

ଏହି ଗୀତକୁ ପ୍ରସିଦ୍ଧ ଗାୟକ ମିକା ସିଂ ଗାଇଛନ୍ତି। ଏହି ୨ ମିନିଟ ୨୦ ସେକେଣ୍ଡର ଗୀତରେ ହକି ପ୍ରତି ଭଲପାଇବା ଏବଂ ଉତ୍ସାହ ଶୁଣିବାକୁ ପାଇବେ।

ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ଯ୍ୟନ୍ତ ସବୁ ଏହି ଭିଡିଓରେ ନାଚି ଗାଉଥିବାର ଦେଖିବାକୁ ମିଳିଛି। ଓଡିଶାର ପ୍ରତିଷ୍ଠିତ ନୃତ୍ୟ ଓଡିଶୀ ଏବଂ ସମ୍ବଲପୁରୀର ଛୁଙ୍କ ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଟୁଇଟରରେ ଶେୟାର କରି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ କୁହାଯାଇଛି, “ସବୁ କପ ଗୋଟିଏ ସଙ୍ଗୀତ ଆବଶ୍ୟକ କରେ, ଏହି ସଙ୍ଗୀତ କେବଳ ଓଡିଶା ପାଇଁ।”

Comment