ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୨୦୧୮ରେ ଯୋଗ ଦେବା ପାଇଁ ଦେଶ ବିଦେଶର ବଛାବଛା ଶିଳ୍ପପତି ଭୁବନେଶ୍ୱର ଆସିଛନ୍ତି। ବିଜିନେସ୍ ଲିଡରସିପ୍ ସମିଟ୍‌ରେ ଯୋଗଦେଇ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଘୋଷଣା କରିଛନ୍ତି।

ଶିଳ୍ପପତିମାନେ ଘରୋଇ ବିମାନରେ ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବା ପାଇଁ ଆସିଛନ୍ତି। ଏଥିପାଇଁ ଭୁବନେଶ୍ୱର ବିମାନବନ୍ଦରରେ ବିମାନର ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ୧୨ରୁ ଅଧିକ ଘରୋଇ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଲମ୍ବା ଲାଇନରେ ରହିଛି।

ଏକାକାଳୀନ ଏତେ ସଂଖ୍ୟକ ବିମାନ କେବେ ଭୁବନେଶ୍ୱର ବିମାନବନ୍ଦରରେ ଦେଖିବାକୁ ମିଳି ନଥିଲା।

ରିଲାଏନ୍ସ କମର୍ସିଆଲ ଚାଟାର୍ଡ ପ୍ଲେନ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜର ଦୁଇଟି ଚାଟାର୍ଡ ବିମାନ, ମାଧୁରୀ ଟ୍ରାନ୍ସ କ୍ୟାରିଅରର ଚାଟାର୍ଡ ପ୍ଲେନ, ତାଜ୍ ଏୟାର ଏଲଟିଡିର ଚାଟାର୍ଡ ପ୍ଲେନ, କର୍ଣ୍ଣାବତୀ ଏଭିଏସନର ଚାଟାର୍ଡ ପ୍ଲେନ, ଏୟାର କାର୍ ଏୟାରଲାଇନ୍ସର ଚାଟାର୍ଡ ପ୍ଲେନ, ଇଣ୍ଡିଆ ଫ୍ଲାଏ ସେଫ୍ ଏଭିଏସନର ଚାଟାର୍ଡ ପ୍ଲେନ ଭୁବନେଶ୍ୱରରେ ଅବତରଣ କରିଛି।

Comment