ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗୁଲ ପ୍ଲେ ଷ୍ଟୋରରେ ଏମିତି କିଛି ଆପ୍‌ ଅଛି, ଯାହା ଗୋପନୀୟ ତଥ୍ୟକୁ ଚୋରି କରିପାରେ।

ଯଦି ଆପଣ ମୋବାଇଲ ବ୍ୟବହାର କରୁଛନ୍ତି ତାହାଲେ ସାବଧାନ ହୋଇଯାଆନ୍ତୁ। ଇଏସଇଟିର ସିକ୍ୟୁରିଟି ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ଲେ ଷ୍ଟୋରରେ ଏଭଳି କିଛି ଆପ୍ସ ରହିଛି ଯାହା ଭାଇରସ ଦ୍ୱାରା ପ୍ରଭାବିତ।

ଗୁଗୁଲ ପ୍ଲେ ଷ୍ଟୋରରେ ଡିଭାଇସ କ୍ଲିନର, ବ୍ୟାଟେରୀ ମ୍ୟାନେଜର ସମେତ ରାଶିଫଳ ଭଳି ୨୯ଟି ଆପ୍ସ ରହିଛି ଯାହା ଟ୍ରୋଜନ ଭାଇରସ ଦ୍ୱାରା ପ୍ରଭାବିତ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏଭଳି ଆପ୍ସ ସହଜରେ ୟୁଜର୍ସଙ୍କ ଗୋପନୀୟ ତଥ୍ୟକୁ ହ୍ୟାକ କରିପାରେ। ଖାଲି ସେତିକି ନୁହେଁ ୟୁଜର୍ସଙ୍କ ବ୍ୟାଙ୍କ ପାସୱାର୍ଡ ବି ଚୋରି କରିପାରନ୍ତି। କୁହାଯାଉଛି ଏହି ଆପ୍ସକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। କିନ୍ତୁ ଯଦି ଆପଣ ଏହାକୁ ହଟାଇବା ପୂର୍ବରୁ ଆପଣଙ୍କ ଫୋନରେ ଇନଷ୍ଟଲ କରିଦେଇଛନ୍ତି, ତାହାଲେ ଏହାକୁ ଫୋନରୁ ଡିଲିଟ୍ କରିବାକୁ ହେବ।

ଯେତେବେଳେ ଭାଇରସ ପ୍ରଭାବିତ ଆପ୍ସକୁ ବ୍ୟବହାର କରୁଛନ୍ତି ଆପଣଙ୍କୁ ଫେକ୍ ଲଗିନ୍ ସ୍କ୍ରିନ ଦେଖାଯିବ। ଏଠାରେ ଆପଣଙ୍କୁ ବ୍ୟାଙ୍କର ସମସ୍ତ ତଥ୍ୟ ଭରିବାକୁ ପଡ଼ିବ। ଏହି ଆପ୍ସ ଦ୍ୱାରା ୟୁଜର୍ସର ଟେକ୍ସଟ ମେସେଜ ସେଣ୍ଡ ଏବଂ ରିସିଭ ବି କରାଯାଇପାରିବ।

ଖାଲି ସେତିକି ନୁହେଁ ଆପ୍ସ ଦ୍ୱାରା ଓଟିପି ବି ଚୋରି ହୋଇପାରିବ। ତେବେ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ କିଛି ପରାମର୍ଶ ଦେଇଛନ୍ତି। ଆପ୍ସ ଡାଉନଲୋଡ କରିବା ସମୟରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ ଆପଣ କେଉଁ ପ୍ରକାରର ଆପ ଡାଉନଲୋଡ କରୁଛନ୍ତି। ଏହି ଆପ୍ସ ଭିନ୍ନ ଭିନ୍ନ ନାମରେ ଉପଲବ୍ଧ ହୋଇଥାଏ, ଯାହାକୁ ହ୍ୟାକର୍ସ ଅପରେଟ କରିଥାନ୍ତି।

Comment