ଓଡ଼ିଶାଲାଇଭ୍‌ ବ୍ୟୁରୋ

 ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ ଏଭଳି ଚିରସବୁଜ ସଙ୍ଗୀତରେ କଣ୍ଠଦାନ କରିଥିବା ବର୍ଷିୀୟାନ କଣ୍ଠଶିଳ୍ପୀକୁ ହରାଇ ଓଲିଉଡର ବଡ଼ ବଡ଼ ଅଭିନେତା, ସଙ୍ଗୀତକାର, ନିର୍ଦ୍ଦେଶକମାନେ ମର୍ମାହତ ହୋଇଛନ୍ତି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା।

ଓଡ଼ିଆ ସିନେମା ଜଗତର ବର୍ଷୀୟାନ୍ କଣ୍ଠଶିଳ୍ପୀ ଚିତ୍ତ ଜେନା ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ୭୬ ବୟସରେ ତାଙ୍କର ଦେହାନ୍ତ ଘଟିଛି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ସୁଚନ୍ଦନ ଓ ସୁନନ୍ଦନ, ଓଲିଉଡ଼ର ଅଭିନେତା ତଥା ଜ୍ୱାଇଁ ମିହିର ଦାସ, ଦୁଇ ନାତି ଅମ୍ଳାନ ଓ ଅକ୍ଳାନ୍ତ ସମେତ ବିଶିଷ୍ଟ ଅଭିନେତା ଏବଂ ସଙ୍ଗୀତକାର ପ୍ରମୁଖ ଉପସ୍ଥିତ ଥିଲେ।

ଚିତ୍ତ ଜେନାଙ୍କ ବାଲ୍ୟକାଳ

ବିଶିଷ୍ଟ କଣ୍ଠଶିଳ୍ପୀ ଚିତ୍ତ ଜେନା ୧୯୪୧ ମସିହା ଡିସେମ୍ବର ୨୪ରେ କଟକରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଜଦୁମଣି ଜେନା, ମା’ଙ୍କ ନାମ ହେମନ୍ତ ଦେବୀ। ତାଙ୍କ ବାଲ୍ୟ ଜୀବନ କଟକରେ ହିଁ କଟିଛି। କଟକର ଷ୍ଟୁଆର୍ଟ ସାଇନ୍ସ କଲେଜରୁ ସେ ବିଏସସି ପାସ କରିଥିଲେ। ଚିତ୍ତ ଜେନା ‘ମନ ଆକାଶ’ ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ। ୧୯୭୫ର ‘ମମତା’ ହେଉଛି ପ୍ରଖ୍ୟାତ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ପ୍ରଥମ ସ୍ୱରାରୋପିତ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲ।

ଚିତ୍ତ ଜେନା କଣ୍ଠଦାନ କରିଥିବା ପ୍ରମୁଖ ଫିଲ୍ମ

ମମତା, ସିନ୍ଦୁର ବିନ୍ଦୁ, ଗୌରୀ, ଶେଷ ଶ୍ରାବଣ, ବଳିଦାନ, ତପସ୍ୟା, ଅନୁରାଗ, ପୂଜା ଫୁଲ, ଏଇ ଆମ ସଂସାର ଆଦି ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ନିଜ ସଙ୍ଗୀତର ଯାଦୁ ଦେଖାଇଥିଲେ।

ଚିତ୍ତ ଜେନାଙ୍କ ଲୋକପ୍ରିୟ ସଙ୍ଗୀତ

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’, ‘ ଟୋପାଏ ଲୁହ’, ‘ଏ ପର୍ବତ କୁଞ୍ଚି କୁଞ୍ଚିକା’, ‘ ରୂପ ହୋଇଥିବ ଲାବଣ୍ୟବତୀ – ଗୁଣରେ ଲାଜୁକି ମଉନାବତୀ’, ‘କାହିଁ ଗଲେ ଶ୍ୟାମଘନ’ ଓ ‘ତୁମେ ମୋର ରାଧା ତୁମେ ମୋର ସୀତା’ ଭଳି ଅନେକ ଗୀତରେ ସେ କଣ୍ଠଦାନ କରିଛନ୍ତି।

Comment