ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ପୁଣି ଚର୍ଚ୍ଚାରେ।  ସୋସିଆଲ ମିଡିଆରେ ସାହିଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ନିଜ ଦେଶର ସରକାରଙ୍କୁ ସମାଲୋଚନା କରିବା ସହ ଆଇନା ଦେଖାଇଛନ୍ତି।  ଭିଡିଓଟି ଲଣ୍ଡନର ଏକ କାର୍ଯ୍ୟକ୍ରମର ହୋଇଥିବା ଜଣାପଡ଼ିଛି।

ପାକିସ୍ତାନ ନିଜ ଦେଶର ଲୋକଙ୍କୁ ସମ୍ଭାଳି ପାରୁନି, ସେ କାଶ୍ମୀର କ’ଣ ସମ୍ଭାଳିବ ବୋଲି ଭିଡିଓରେ ଆଫ୍ରିଦି କହୁଥିବାର ଜଣାପଡ଼ୁଛି।  କାଶ୍ମୀରକୁ ସ୍ୱତନ୍ତ୍ର ଦେଶ କରିଦେବା ଉଚିତ୍।  ଭାରତ ହେଉ ବା ପାକିସ୍ତାନ କାହାକୁ ବି କାଶ୍ମୀର ମିଳିବା ଅନୁଚିତ୍। କାଶ୍ମୀରକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ମିଳିଲେ ସେଠାକାର ଲୋକେ ଶାନ୍ତିରେ ବଞ୍ଚିପାରିବେ।  କିଛି ନହେଲେ ବି ଯେଉଁ ଲୋକ ମୃତ୍ୟୁବରଣ କରୁଛନ୍ତି ସେଥିରେ ରୋକ୍ ଲଗାଯାଇପାରିବ। ମୋ ମତରେ ପାକିସ୍ତାନ ଏଥିରେ ମୁଣ୍ଡ ଖେଳାଇବା ଦରକାର ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଆଫ୍ରିଦି।

 ବିବାଦୀୟ ବୟାନ ଦେଇ ଅଡୁଆରେ ଆଫ୍ରିଦି

ପୂର୍ବରୁ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଏହି ପାକିସ୍ତାନ ଅଲରାଉଣ୍ଡର ବିବାଦୀୟ ମନ୍ତବ୍ୟ ଦେଇଥିଲେ। କାଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ବର୍ତ୍ତମାନ ଆଫ୍ରିଦିଙ୍କ ଏହି ବୟାନ କି ପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଲା।

 

Comment