ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ବିଶ୍ୱ ମଧୁମେହ ଦିବସ। ଚଳିତବର୍ଷର ବିଷୟବସ୍ତୁ ରହିଛି ‘ପରିବାର ଓ ମଧୁମେହ’। ସାରା ବିଶ୍ୱରେ ୪ ଶହ ମିଲିୟନ ମଧୁମେହ ରୋଗୀ ଅଛନ୍ତି। ମଧୁମେହ ରୋଗୀ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଚାଇନା ପ୍ରଥମ ସ୍ଥାନରେ ରହିଛି। ପ୍ରତି ମିନିଟରେ ୬ ଜଣରୁ ଅଧିକ ମଧୁମେହର ଶିକାର ହୋଇଥାନ୍ତି। ଓଡ଼ିଶାରେ ୩୦ ଲକ୍ଷରୁ ଅଧିକ ରୋଗୀ ମଧୁମେହରେ ଆକ୍ରାନ୍ତ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା ମଧୁମେହର ଲକ୍ଷଣ ଏବଂ ଘରୋଇ ଉପଚାର ବିଷୟରେ।

ମଧୁମେହର ଲକ୍ଷଣ

  • ବାରମ୍ବାର ପରିସ୍ରା ଲାଗିବା
  • ବାରମ୍ବାର ଶୋଷ ଲାଗିବା
  • ହଠାତ୍ ଓଜନ ବଢ଼ିବା
  • ପାଦ ବା ହାତ ଝିମ୍ ଝିମ୍ ହେବା
  • ଖଣ୍ଡିଆ ହେଲେ ଜଲଦି ନ ଶୁଖିବା
  • ଦୃଷ୍ଟି ଶକ୍ତି କମିଯିବା

ମଧୁମେହରୁ କିପରି ବର୍ତ୍ତିବେ

  • ପ୍ରତିଦିନ ଶାରୀରିକ ବ୍ୟାୟାମ କରନ୍ତୁ। ଏହାଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣ ରହିଥାଏ।
  • ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ। ପ୍ରଚୁର ପରିମାଣର ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ସୁଗାର ସ୍ତର ନିୟନ୍ତ୍ରଣ ରହିଥାଏ।
  • ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଫଳରେ ଅତ୍ୟାଧିକ ସୁଗାର ପରିସ୍ରା ଦ୍ୱାରା ବାହାରି ଯାଏ।
  • ଖାଦ୍ୟରେ କଲରା ସାମିଲ କରନ୍ତୁ। କଲରା ବ୍ଲଡ ସୁଗାର ପରିମାଣକୁ କମେଇବାରେ ସାହାଯ୍ୟ କରିଥାଏ।
  • ଠିକ୍ ସମୟରେ ଖାଆନ୍ତୁ ଏବଂ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ। ଫାଷ୍ଟଫୁଡ, ତେଲ ମସଲାଠୁ ନିଜକୁ ଦୂରେଇ ରଖନ୍ତୁ।
  • ମଧୁମେହରେ ପୀଡ଼ିତ ବ୍ୟକ୍ତି ଯଥେଷ୍ଟ ପରିମାଣର ବିଶ୍ରାମ ନେବା ଆବଶ୍ୟକ।

Comment