ଓଡ଼ିଶାଲାଇଭ୍ ବ୍ୟୁରୋ

ଅନୁଗୁଳ ପୋଲିସ ଏନ୍‌କାଉଣ୍ଟରରେ ଜଣେ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି।

ଅନୁଗୁଳ ଜିଲ୍ଲା ଡେରଜଙ୍ଗ ପ୍ରୋଜେକ୍ଟ ନିକଟରେ ପୋଲିସ ଜଣକୁ ଏନ୍‌କାଉଣ୍ଟର କରିଛି। ରବିବାର ରାତିରେ ହୋଇଥିବା ଏହି ଏନ୍‌କାଉଣ୍ଟରରେ ଅପରାଧୀଜଣଙ୍କ ଗୁରୁତର ଭାବେ ଆହତ ହୋଇଛି। ଅଭିଯୁକ୍ତଙ୍କ ବାମଗୋଡ଼ରେ ଗୁଳି ବାଜିଛି। ଏହାପରେ ଅଭିଯୁକ୍ତଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

ପୋଲିସ କହିବାନୁସାରେ, ରବିବାର ବିଳମ୍ବିତ ରାତିରେ ଡେରଜଙ୍ଗ ପୋଜେକ୍ଟ ନିକଟରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଥିବା ଜଣେ ଯବାନଙ୍କୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଯବାନଙ୍କ ବାଇକ ଚକାରେ ଆସି ବାଜିବାରୁ ଯବାନମାନେ ସତର୍କ ହୋଇ ଉଠିଥିଲେ।

ଏହାପରେ ସେମାନେ ପାଲଟା ଗୁଳି ଚଳାଇବାରୁ ବାଇକ୍‌ ଯୋଗେ ଖସି ପଳାଉଥିବା ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପଛରେ ବସିଥିବା ବିଲୁ ଖାଁର ବାମ ଗାଡ଼ରେ ଗୁଳି ବାଜିଥିଲା।

ଅନ୍ୟ ଦୁଇ ଅଭିଯୁକ୍ତ ରାଜା ଓ ବୁଲା ଫେରାର ହୋଇ ଯାଇଥିବା ବେଳେ ବିଲୁ ଖାଁ ପୋଲିସ ହାତରେ ଧରାପଡ଼ିଥିଲା। ଅଭିଯୁକ୍ତମାନେ ତାଳଚେର ଅଞ୍ଚଳର ହୋଇଥିବା ବେଳେ ସେମାନେ ରନ୍ତଳେଇ ପେଟ୍ରୋଲ ପମ୍ପ ଲୁଟ୍‌ ଯୋଜନା କରୁଥିଲେ।

ମାତ୍ର ପୋଲିସ ପଇଁତରା ଦେଖି ନିଜ ଯୋଜନାରେ ସଫଳ ନ ହେବାରୁ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିବା ଆଶଙ୍କା କରାଯାଉଛି। ପୋଲିସ ଏନକାଉଣ୍ଟରରେ ଗୁରୁତର ବିଲୁ ଖାଁ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here