ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଜିଓମିର ରେଡ୍‌ମି ନୋଟ୍ ସିରିଜ୍ ସ୍ମାର୍ଟଫୋନ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଦେଖାଯାଇଛି। ତେବେ ନଭେମ୍ବର ୨୨ରେ ଚୀନ ସ୍ମାର୍ଟଫୋନ ମେକର ଶାଓମି, ଭାରତରେ ରେଡମି ନୋଟ ୬ ପ୍ରୋ ଲଞ୍ଚ କରିବାକୁ ଯାଉଛି।  ଏହି ଫୋନ ଲଞ୍ଚ କାର୍ଯ୍ୟକ୍ରମ ଦିଲ୍ଲୀର ଏନସିଆରରେ ଅନୁଷ୍ଠିତ ହେବ।

ପ୍ରଥମେ ଏହି ସ୍ମାର୍ଟଫୋନକୁ ଥାଇଲାଣ୍ଡରେ ଲଞ୍ଚ କରାଯାଇଥିଲା। ଥାଇଲାଣ୍ଡରେ ଏହାର ମୂଲ୍ୟ ୧୫ ହଜାର ୭ଶହ ଟଙ୍କା ରଖାଯାଇଥିଲା।

ଭାରତରେ ଲଞ୍ଚ ହେବାକୁ ଯାଉଥିବା ଏହି ଫୋନରେ ୬.୨୦ଇଞ୍ଚ ଏଚଡି ଡିସପ୍ଲେ ରହିବା ସହ ୪ଜିବି ରାମ ରହିଛି। ଏଥିସହ ଫୋନରେ ଇଣ୍ଟରନାଲ ଷ୍ଟୋରେଜ ୬୪ଜିବି ରହିଛି। ଫଟୋଗ୍ରାଫି ପାଇଁ ଫୋନରେ ୨ଟି କ୍ୟାମେରା ସୁବିଧା ରହିଛି। ଏହି ଫୋନର ଗୋଟିଏ କ୍ୟାମେରା ୧୨ ମେଗା ପିକ୍ସେଲ ରହିଥିବାବେଳେ ଅନ୍ୟଟି ୫ ମେଗା ପିକ୍ସେଲର ରହିଛି।

ରେଡମି ନୋଟ ୬ ପ୍ରୋ ସ୍ମାର୍ଟଫୋନର ବ୍ୟାଟେରୀ ୪.୦୦୦ଏମଏଚ ରହିଛି। କମ୍ପାନି କହିବା ଅନୁଯାୟୀ, ଯଦି ବ୍ୟାଟେରୀକୁ ଫୁଲ ଚାର୍ଜ କରାଯାଏ ତେବେ ଏହା ୨ଦିନ ପର୍ଯ୍ୟନ୍ତ ଚାଲିବ।

Comment