ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଆପଣ ଏଟିଏମ୍ ଜରିଆରେ ଟଙ୍କା ଉଠାଣ କରୁଛନ୍ତି ତାହାଲେ ଆପଣଙ୍କୁ ପୁଣି ଏଟିଏମରୁ ଏଟିଏମକୁ ଦୌଡ଼ିବାକୁ ପଡ଼ିବ। ଦେଶବ୍ୟାପି ୫୦ ପ୍ରତିଶତରୁ ଅଧିକ ଏଟିଏମ୍ ୨୦୧୯ ମାର୍ଚ୍ଚ ବନ୍ଦ ହୋଇପାରେ। ଯଦି ଏଭଳି ପରିସ୍ଥିତି ସୃଷ୍ଟି ହୁଏ ବାକି ଥିବା ଏଟିଏମ ଗୁଡ଼ିକ ବାହାରେ ଲମ୍ବା ଲାଇନ ଦେଖିବାକୁ ମିଳିବ।

କନଫିଡିରେସନ ଅଫ ଏଟିଏମ୍ ଇଣ୍ଡଷ୍ଟ୍ରୀ ଅନୁସାରେ ଏଟିଏମ ସେବା ଯୋଗାଉଥିବା କମ୍ପାନିଗୁଡ଼ିକ ୨୦୧୯ ମାର୍ଚ୍ଚ ସୁଦ୍ଧା ପାଖାପାଖି ୧.୧୩ ଲକ୍ଷ ଏଟିଏମ୍ ବନ୍ଦ କରିପାରନ୍ତି। ଏଟିଏମର ହାର୍ଡୱେୟର, ସଫ୍ଟୱେୟର ଏବଂ କ୍ୟାସ ମ୍ୟାନେଜମେଣ୍ଟ ଯୋଜନାର ମାନଦଣ୍ଡକୁ ନେଇ ଆଗକୁ ପରିଚାଳାନରେ ଅସୁବିଧା ହେବ କୋଲି କହିଛି କନଫିଡିରେସନ ଅଫ ଏଟିଏମ୍ ଇଣ୍ଡଷ୍ଟ୍ରୀ।

ବର୍ତ୍ତମାନ ଭାରତରେ ୨ ଲକ୍ଷ ୩୮ ହଜାର ଏଟିଏମ୍ ରହିଛି। ଯେଉଁଥିରେ ୧ ଲକ୍ଷ ଅଫ ସାଇଟ, ୧୫ ହଜାରରୁ ଅଧିକ ହ୍ୱାଇଟ ଲେବଲ ଏଟିଏମ ସମେତ ୧ ଲକ୍ଷ ୧୩ ହଜାର ଏଟିଏମ୍ ବନ୍ଦ ହୋଇଯିବ। ଏଟିଏମ୍ ହାର୍ଡୱେୟର ଏବଂ ସଫ୍ଟୱେୟର ଅପଗ୍ରେଡ କରିବା ପାଇଁ ରହିଥିବା ଗାଇଡଲାଇନ, ଟଙ୍କା ଉଠାଣରେ ସର୍ତ୍ତାବଳି ଏବଂ କ୍ୟାସ ଲୋଡିଙ୍ଗରେ ରହିଥିବା ନିୟମ ଯୋଗୁ ସଂସ୍ଥା ଉପରେ ପ୍ରଭାବ ପଡ଼ୁଛି।

ଅଧିକରୁ ଅଧିକ ଏଟିଏମ୍ ବନ୍ଦ ହେବା କାରଣରୁ ବେରୋଜଗାରୀ ସମସ୍ୟା ସୃଷ୍ଟି ହେବ। ଏହା ସହ ପୂରା ଅର୍ଥବ୍ୟବସ୍ଥାର ସେବା ପାଇଁ ହାନିକାରକ ହେବ।  ଯଦି ଏଭଳି ଅବସ୍ଥା ଲାଗି ରୁହେ ନୋଟବନ୍ଦୀ ଭଳି ସମସ୍ୟା ଦେଖାଯିବ। ଯଦି ବ୍ୟାଙ୍କ ବୋଝ ଉଠାଇବାକୁ ମନା କରେ ଏଟିଏମ ସେବା ଯୋଗାଉଥିବା କମ୍ପାନିଗୁଡ଼ିକ ଉପରେ ଏହା ପଡ଼ିବ। ଯାହାଫଳରେ ଏଟିଏମ୍ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି କହିଛି ଉଦ୍ୟୋଗ ସଙ୍ଗଠନ।

କନଫିଡିରେସନ ଅଫ ଏଟିଏମ୍ ଇଣ୍ଡଷ୍ଟ୍ରୀ ଅନୁସାରେ କେବଳ ନୂଆ ଟଙ୍କା ଏବଂ କ୍ୟାସେଟ ପ୍ରକ୍ରିୟା ପରିବର୍ତ୍ତନ ପାଇଁ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହ୍ୱାଇଟ ଲେବଲ ଏଟିଏମ ଅପରେଟସଙ୍କୁ ପୂର୍ବରୁ କ୍ଷତି ସହୁଥିବାବେଳେ କମ୍ପାନି ଆଉ ଅତିରିକ୍ତ ବୋଝ ଉଠାଇପାରିବ ନାହିଁ। ଗ୍ରାମାଞ୍ଚଳରେ ଅଧିକ ଏଟିଏମ ଥିବାରୁ ଏହାର ପ୍ରଭାବ ଅଧିକ ପଡ଼ିବ।

Comment