ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଉଦ୍‌ଘାଟିତ ହେବ ପୁରୁଷ ହକି ବିଶ୍ୱକପ୍। ଏହି ଅବସରରେ ରାଜଧାନୀ ପାଲଟିବ ବଲିଉଡ ତାରକାଙ୍କ ସଙ୍ଗମସ୍ଥଳ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ବହୁ ନାମୀଦାମୀ କଳାକାର।

ଏହି ବିଶ୍ୱକପ୍‌କୁ ଏକ ଉତ୍ସବର ରୂପ ଦେବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଟୁଇନ୍ ସିଟି ଏନେଇ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଯୋଜନା ମଧ୍ୟ କରୁଛି।

ନଭେମ୍ବର ୨୭ରେ ହକି ଉଦ୍‌ଘାଟନୀ ଉତ୍ସବରେ ଓସ୍କାର ବିଜେତା ଏଆର ରେହେମାନ, ଶାହାରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ୍ ଯୋଗ ଦେବେ।

ଅପରପକ୍ଷରେ  କଟକ ବାରବାଟୀ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରେ ହେବାକୁ ଥିବା ହକି ବିଶ୍ୱକପ୍‌ ସେଲିବ୍ରେସନରେ ସଲମାନ ଖାନ୍ ଆସିବେ ବୋଲି ଶୁଣିବାକୁ ମିଳିଛି, କିନ୍ତୁ ସଲମାନ ଅତିଥି ଭାବେ ଆସିବେ କି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ତାହାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

“ସଲମାନ ଖାନ୍‌ ଆସିବେ କି ନାହିଁ, ସେ ବିଷୟରେ ସୋମବାର ସ୍ପଷ୍ଟ ସୂଚନା ମିଳିବ” କହିଛନ୍ତି କ୍ରୀଡ଼ା ସଚିବ।

Comment