ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଚାଲିଛି ମତଦାନ।

ମଧ୍ୟପ୍ରଦେଶ ଏବଂ ମିଜୋରାମରେ ଆରମ୍ଭ ହୋଇଯାଇଛି ବିଧାନସଭା ନିର୍ବାଚନର ମତଦାନ। ବୁଧବାର ହେଉଥିବା ଏହି ବିଧାନସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶର ୨୩୦ ଆସନ ଲାଗି ମତଦାନ ହେଉ ଥିବାବେଳେ ମଜୋରାମର ୪୦ଟି ଆସନ ଲାଗି ମତଦାନ ହେଉଛି। ଏଥିସହ ଭୋଟର ନିଜର ଅଧିକାର ସାବ୍ୟସ୍ତ କରୁଛନ୍ତି।

ଏହାଛଡ଼ା ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ଏହି ମତଦାନ ପାଖାପାଖି ୬୫ହଜାର ଭୋଟ ଗ୍ରହଣ କେନ୍ଦ୍ରରେ ଚାଲିଛି। ଏଥିସହ ମଧ୍ୟପ୍ରଦେଶର ୨୮୯୯ ଜଣ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୫ କୋଟି ୪୩ ଲକ୍ଷ ଲୋକ।

ଅପରପକ୍ଷରେ ବୁଧବାର ମିଜୋରାମର ପ୍ରାୟ ୨୦୯ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି। ତେବେ ଏହି ନିର୍ବାଚନ ସକାଳ ୭ଟାରେ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ନିର୍ବାଚନ ପାଇଁ ଦୁଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିସହ ସମ୍ବେଦନଶୀଳ ବୁଥ୍‌ଗୁଡ଼ିକ ନିକଟରେ ସଶସ୍ତ୍ର ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି।

Comment