ଓଡ଼ିଶାଲାଇଭ୍‌ ବ୍ୟୁରୋ

Sand Art Festival

କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଶନିବାରଠାରୁ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏହାକୁ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାଞ୍ଚ ଦିନରେ ୫ଟି ଥିମ୍‌ ରହିଛି। ଉଦଘାଟନୀ ଦିନ ଥିମ୍ ଥିଲା – କ୍ରୀଡ଼ା।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ହକି ପୁରୁଷ ବିଶ୍ଵକପ୍ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ଥିମ୍ ରଖାଯାଇଛି।

ଓଡ଼ିଶା ଏବଂ ଅନ୍ୟ ରାଜ୍ୟରୁ ଆସିଥିବା ବାଲୁକା ଶିଳ୍ପୀମାନେ ହକି ବିଶ୍ଵକପ୍‌ର ଭଳିକି ଭଳି କାଲୁକା କଳା ତିଆରି କରିଥିବା ବେଳେ ବିଦେଶରୁ ଆସିଥିବା ଶିଳ୍ପୀମାନେ ବିଭିନ୍ନ କ୍ରୀଡ଼ାକୁ ନେଇ ବାଲିରେ କଳାକୃତି ତିଆରି କରିଥିଲେ।

ବିଭିନ୍ନ ରାଜ୍ୟ ସମେତ ବିଦେଶୀ ଶିଳ୍ପୀମାନେ ଏଥିରେ ସାମିଲ ହୋଇଛନ୍ତି। ଉଦଘାଟନୀ ଉତ୍ସବରେ ବିଧାୟକ ସମୀର ରଞ୍ଜନ ଦାଶ, ସଞ୍ଜୟ ଦାସବର୍ମା, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment