ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଭାଗାର ବିସ୍ତୀର୍ଣ୍ଣ ବେଳାଭୂମିରେ ଗତ ୫ ଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବୁଧବାର ଶେଷ ହୋଇଛି। ଶେଷ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିଳ୍ପୀମାନଙ୍କ ବାଲୁକା କଳା ବୁଲି ଦେଖିଥିଲେ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ନେତୃତ୍ଵରେ ଏହି ବାଲୁକା କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିଥିଲା।

ପାଞ୍ଚ ଦିନ ଧରି ଚାଲିଥିବା ବାଲୁକା କଳା ଉତ୍ସବରେ ୫ଟି ଥିମ୍ ରହିଥିଲା। ଶେଷ ଦିନର ଥିମ୍ ରହିଥିଲା ‘ସଂସ୍କୃତି ଓ ପର୍ବପର୍ବାଣୀ’। ଏହି ଥିମ୍‌କୁ ନେଇ ବିଭିନ୍ନ ରାଜ୍ୟ ଏବଂ ବିଦେଶରୁ ଆସିଥିବର ଶିଳ୍ପୀମାନେ ସୁନ୍ଦର ସୁନ୍ଦର ବାଲୁକା କଳା ତିଆରି କରି ପର୍ଯ୍ୟଟକଙ୍କ ମନମୋହିଥିଲେ। ରାଜ୍ୟପାଳ ମଧ୍ୟ ଗୁରୁବାର ବାଲୁକା କଳା ଦେଖି ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ।

ପ୍ରଥମ ଦିନ ‘କ୍ରୀଡ଼ା, ଦ୍ଵିତୀୟ ଦିନରେ ପ୍ରତିଯୋଗୀଙ୍କ ପାଇଁ ‘ଐତିହ୍ୟ’, ତୃତୀୟ ଦିନରେ ‘ପରିବେଶ’ ଏବଂ  ଚତୁର୍ଥ ଦିନରେ ‘ମହିଳା ସଶକ୍ତିକରଣ’ ଥିମ୍ ରହିଥିଲା।

ବାଲୁକା କଳା ପ୍ରତିଯୋଗିତାରେ ୧୦୧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୦ ଜଣ ଏକକ ଭାବେ ଅଂଶ ଗ୍ରହଣ କରୁଥିଲାବେଳେ ଡବଲ୍ସ ବିଭାଗରେ ୨୦ ଜଣ ଅଂଶ ଗ୍ରହଣ କରିଥିଲେ। ପୁରୁଷ ବିଭାଗରେ ୪୦ ଜଣ, ମହିଳା ବିଭାଗରେ ୨୫ ଜଣ ଅଂଶଗ୍ରହଣ କରିଥିଲେ। ସେହିପରି ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ନେଦରଲ୍ୟାଣ୍ଡ, ସ୍ପେନ, ଶ୍ରୀଲଙ୍କା ଓ ଇଟାଲିରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।

୨୦୧୧ରୁ ହୋଇଥିବା କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଆରମ୍ଭ ହୋଇଥିଲା।

Comment