ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ ଜଗତରେ ବିରାଟ ବାହିନୀ ଇତିହାସ ରଚିଛି। ଆଡିଲେଡ୍ ଓଭାଲଠାରେ ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଚାଲିଥିବା ୪ ମ୍ୟାଚ ବିଶିଷ୍ଟ ପ୍ରଥମ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି।

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩୨୩ ରନ୍‌ର ଟାର୍ଗେଟ ରଖିଥିଲା। ୩୨୩ ରନ୍‌କୁ ଟାର୍ଗେଟ କରି ଅଷ୍ଟ୍ରେଲିଆ ୨୯୧ରେ ଅଲଆଉଟ ହୋଇଛି। ୩୧ ରନ୍‌ରେ ଭାରତ ବିଜୟ ହାସଲ କରିଛି।

ବିଜୟ ପରେ ଅଧିନାୟକ ବିରାଟ କୋହଲି ଦଳର ବୋଲରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି।

ଭାରତ ୧୦ ବର୍ଷ ପରେ ଅଷ୍ଟ୍ରେଲିଆରେ ଏହି ଟେଷ୍ଟ ମ୍ୟାଚ ଜିତିଛି। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ଏଥିସହ ଆଡିଲେଡ ଓଭାଲଠାରେ ୧୫ ବର୍ଷ ପରେ ଭାରତକୁ ଏହି ବିଜୟ ମିଳିଛି।

ଶେଷଥର ପାଇଁ ୨୦୦୩ରେ ଭାରତ ଆଡିଲେଡରେ ମ୍ୟାଚ ଜିତିଥିଲା। ସେହି ସମୟରେ ରାହୁଲ ଦ୍ରାବିଡ ଭାରତର ଅଧିନାୟକ ଥିଲେ।

Comment