ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରବିଆଇର ନୂଆ ନିୟମ ଅନୁସାରେ ଏଣିକି ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ଚିରା ନୋଟ୍‌କୁ ବଦଳାଇ ହେବ। ଆରବିଆଇ ପକ୍ଷରୁ ୨୦୦୯ ନିୟମରେ ପରିବର୍ତ୍ତନ କରାଯାଇଛି। ଖରାପ ହୋଇଥିବା ନୂଆ ନୋଟକୁ ଆରବିଆଇର ସେକ୍ସନ ୨୮ ଧାରାରେ ବଦଳା ଯାଇପାରିବ।  ଏବେ ଆପଣ ୧, ୨, ୫, ୧୦, ୨୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ।

ବର୍ତ୍ତମାନ କୌଣସି ବ୍ୟାଙ୍କ ଖରାପ ହୋଇଥିବା ନୂଆ ନୋଟକୁ ନେଇ ନାଁହାନ୍ତି। କିନ୍ତୁ ବର୍ତ୍ତମାନ ଆରବିଆଇ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଯଦି ଆପଣ ୨୦୦  ଟଙ୍କିଆ ନୂଆ ନୋଟ ବଦଳାଉଛନ୍ତି, ତେବେ ୮୮ ପ୍ରତିଶତ ଅଥଚ ସ୍କୋୟାର ସେଣ୍ଟିମିଟର ଫେରାଉଛନ୍ତି, ତେବେ ଆପଣଙ୍କୁ ରିଫଣ୍ଡ ହିସାବରେ ସମ୍ପୂର୍ଣ୍ଣ ୨୦୦ ଟଙ୍କା ମିଳିବ। ସେହିଭଳି ଯଦି ଆପଣ ୩୯ ସେଣ୍ଟିମିଟର ଭାଗ ଫେରାଉଛନ୍ତି ତେବେ ଏଥିରୁ ଅଧା ମାନେ ୧୦୦ ଟଙ୍କା ମିଳିବ।

ସେହିଭଳି ଯଦି ଆପଣଙ୍କ ୫୦୦ ଟଙ୍କିଆ ନୂଆ ନୋଟ ଫାଟି ଯାଇଛି, ତେବେ ତାହାର ୮୦ ସ୍କୋୟାର ସେଣ୍ଟିମିଟର ଭାଗ ଠିକ୍ ଅଛି ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ମିଳିବ। ଅଧିକ ଫାଟିଥିଲେ ୫୦ ପ୍ରତିଶତ ମିଳିବ। ଯଦି ୨୦୦୦ ଟଙ୍କାର ନୂଆ ନୋଟର ସମ୍ପୂର୍ଣ୍ଣ ଭାଗ ୧୦୯ ସେଣ୍ଟିମିଟର ହୋଇଥାଏ। ଏଥିରେ ୮୮ ପ୍ରତିଶତ ଭଲ ଥିଲେ ବ୍ୟାଙ୍କ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ମିଳିବ। ସେହିଭଳି ୪୪ ପ୍ରତିଶତ ଦେଲେ ଅଧା ଟଙ୍କା ମିଳିବ।

ଯଦି ୧୦୦ ଟଙ୍କାର ନୂଆ ନୋଟର ୭୫ ବିର୍ଗ ସେଣ୍ଟିମିଟର ଥିବ ସମ୍ପୂର୍ଣ୍ଣ ଟଙ୍କା ମିଳିବ। ସେହିଭଳି ୩୮ ବିର୍ଗ ସେଣ୍ଟିମିଟର ଥିଲେ ଅଧା ଟଙ୍କା ମିଳିବ। ସେହିଭଳି ୫୦ ଟଙ୍କିଆ ନୋଟରେ ୮୯.୧୦ ବର୍ଗ ସେଣ୍ଟିମିଟରରୁ ୭୨ ପ୍ରତିଶତ ଥିଲେ ସମ୍ପୂର୍ଣ୍ଣ ଅର୍ଥ ମିଳିବ। ଏବଂ ୩୬ ବର୍ଗ ସେଣ୍ଟିମିଟର ଥିଲେ ଅଧା ଟଙ୍କା ମିଳିବ।

Comment