ଓଡ଼ିଶଲାଇଭ ବ୍ୟୁରୋ

ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କାବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ସ୍ପଷ୍ଟ ହୋଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପୁର୍ବ ଯବାନ ବି ଅଛନ୍ତି ଯାହାଙ୍କ ନାଁ ଜହୁର ଠୋକର। ଜହୁର ଅନେକ ଦିନ ହେବ ସୁରକ୍ଷାବଳର ଟାର୍ଗେଟରେ ଥିଲା।

ବିଶେଷ ସୂତ୍ରର ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀର ପୁଲୱାମାର ସିର୍ନୂ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଯାହାପରେ ପୂରା ଗାଁକୁ ସବୁଦିଗରୁ ସୁରକ୍ଷାକର୍ମୀମାନେ ଘେରି ନେଇଥିଲେ। ଯେତେବେଳେ ଛାନବିନ ଆରମ୍ଭ ହୋଇଥିଲା ସେତେବେଳେ ଆତଙ୍କବାଦୀମାନେ ମଧ୍ୟ ପାଲଟା ଗୁଳିଚାଳନା କରିଥିଲେ। ଯେଉଁଥିରେ ଜଣେ ଯବାନ ସହିଦ ହୋଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଫଳରେ ବାଧ୍ୟ ହୋଇ ସେନାପକ୍ଷରୁ ସେ ଅଞ୍ଚଳରେ ଇଣ୍ଚରନେଟ ସେବାକୁ ବନ୍ଦ ରଖାଯାଇଛି।

LEAVE A REPLY

Please enter your comment!
Please enter your name here