ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ପୁରୁଷ ହକି ବିଶ୍ୱକପ୍ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ରୋମାଞ୍ଚକର ହୋଇଛି। ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଦ୍ୱିତୀୟ କ୍ୱାର୍ଟର ମଧ୍ୟରେ ନେଦରଲାଣ୍ଡ ୨ଟି ଗୋଲ ଏବଂ ଅଷ୍ଟ୍ରେଲିଆ ଗୋଟିଏ ଗୋଲ କରିଥିଲା।

ମ୍ୟାଚ୍ ଶେଷ ହେବାର ୨୭ ସେକେଣ୍ଡ ସରିବା ସମୟରେ ଅଷ୍ଟ୍ରେଲିଆ ଅନ୍ୟ ଏକ ଗୋଲ ଦେଇଥିଲା। ଯାହାଫଳରେ ମ୍ୟାଚ୍ ଡ୍ର ହୋଇଥିଲା। ପରେ ଉଭୟ ଦଳ ମଧ୍ୟରେ ପେନାଲଟି ସୁଟ୍ ଆଉଟ୍ ଖେଳାଯାଇଥିଲା। ଏଥିରେ ଉଭୟ ଦଳ ତିନୋଟି ଲେଖାଏଁ ଗୋଲ ଦେଇ ଡ୍ର କରିଥିଲେ। ପେନାଲ୍ଟି ସୁଟ୍ଆଉଟରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ନେଦରଲାଣ୍ଡ ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

ଡିସେମ୍ବର ୧୬ରେ ଫାଇନାଲ ମ୍ୟାଚରେ ବେଲଜିୟମକୁ ରବିବାର ରାତି ୭ଟାରେ ନେଦରଲାଣ୍ଡକୁ ମୁକାବିଲା କରିବ। ଦର୍ଶକ ପୂର୍ଣ୍ଣ କଳିଙ୍ଗ ହକି ଗ୍ରାଉଣ୍ଡରେ ବେଲଜିୟମ୍ ଠାରୁ ୬-୦ ଗୋଲରେ ପରାସ୍ତ ହେବା ପରେ ମଧ୍ୟ ଇଂଲଣ୍ଡର ବିଶ୍ୱକପ୍ ଅଭିଯାନ ଶେଷ ହୋଇ ନାହିଁ। ଇଂଲଣ୍ଡ ରବିବାର ଫାଇନାଲ ମ୍ୟାଚ ପୂର୍ବରୁ ଅପରାହ୍ନ ୪ଟା ୩୦ରେ ୩ୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆକୁ ମୁକାବିଲା କରିବ।

Comment