ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ ପାଇଁ ଭାରତୀୟ ଦଳକୁ ୧୭୫ ରନ୍‌ର ଲକ୍ଷ୍ୟ।

ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି ପର୍ଥରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ। ସୋମବାର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୧୧୨ ରନ୍‌ ସଂଗ୍ରହ କରିଛି। ବିଜୟ ହାସଲ ପାଇଁ ଭାରତକୁ ଆଉ ୧୭୫ ରନ୍‌ ଆବଶ୍ୟକ। ହାତରେ ରହିଛି ଗୋଟିଏ ଦିନ ଓ ୫ଟି ୱିକେଟ। ବର୍ତ୍ତମାନ ହନୁମା ବିହାରୀ ଓ ରିଷଭ ପନ୍ତ ଅପରାଜିତ ରହି ଭାରତର ଭାର ସମ୍ଭାଳିଛନ୍ତି।

ଅଷ୍ଟ୍ରେଲିଆ ଦଳ ପ୍ରଥମ ପାଳିରେ ୩୨୬ରନ ଓ ଦ୍ୱିତୀୟ ପାଳିରେ ୨୪୩ ରନ କରି ଅଲ୍‌ଆଉଟ ହୋଇଯାଇଥିଲେ। ପ୍ରତିବଦଳରେ ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୨୮୩ ରନ୍‌ କରି ସମସ୍ତ  ୱିକେଟ ହରାଇଥିଲା।

ଅନ୍ୟପଟେ ବୋଲିଂ ଦାୟିତ୍ୱରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଭାରତୀୟ ଦୃତ ବୋଲର ମହମ୍ମଦ ସାମି ୫୬ରନ୍ ବିନିମୟରେ ଅଷ୍ଟ୍ରେଲିଆର ୬ ଓ୍ଵିକେଟ ହାସଲ କରିଛନ୍ତି। ସେହିପରି ବୁମ୍ରାଙ୍କୁ ୩ ଟି ମିଳିଥିବା ବେଳେ ଦ୍ୱିତୀୟ ପାଳିରେ ଅଷ୍ଟ୍ରେଲିଆର ଗୋଟିଏ ୱିକେଟ୍ ହାସଲ କରିଛନ୍ତି ଇଶାନ୍ତ ଶର୍ମା।

ମଙ୍ଗଳବାର ଭାରତ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚର ଶେଷ ଦିନ। ମ୍ୟାଚ ଶେଷ ସୁଦ୍ଧା ଭାରତୀୟ ଦଳକୁ ୧୭୫ ରନ୍‌ର ଟାର୍ଗେଟ ରହିଛି। ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ ଆଉଟ ହେବା ପରେ ହନୁମା ବିହାରୀ ଓ ରିଷଭ ପନ୍ତ ଦଳର ଭାର ସମ୍ଭାଳିଛନ୍ତି।

ଲୋକେଶ ରାହୁଲ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ ଓ ଅଧିନାୟକ ବିରାଟ କୋହଲି ଆଉଟ ହୋଇ ପାଭିଲିଅନ ଫେରିସାରିଛନ୍ତି। ତେବେ ଦଳର ଫ୍ରଣ୍ଟଲାଇନ୍‌ ବ୍ୟାଟ୍‌ସମ୍ୟାନଙ୍କୁ ହରାଇ ପଞ୍ଚମ ଦିନରେ ଭାରତୀୟ ଦଳ କିପରି ପ୍ରଦର୍ଶନ କରୁଛି ଏହା ଦେଖିବାର କଥା।

Comment