ଓଡ଼ିଶାଲାଇଭ୍ ବ୍ୟୁରୋ

ରୋମାଞ୍ଚକର ପୁରୁଷ ହକି ବିଶ୍ୱକପ୍ ଫାଇନାଲ ମ୍ୟାଚ୍, ଗୋଲକିପରଙ୍କ ଦକ୍ଷତା ରକ୍ଷା କଲା ବେଲଜିୟମର ସମ୍ମାନ।

ଏଫଆଇଏଚ୍ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ଅଲିମ୍ପିକ୍ ରନର୍ସଅପ୍ ବେଲଜିୟମ ପ୍ରଥମ ଥର ଲାଗି ହକି ବିଶ୍ୱକପ୍ ଟାଇଟଲ ହାସଲ କରିଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ନେଦରଲାଣ୍ଡସକୁ ପରାସ୍ତ କରି ସଫଳତା ହାସଲ କରିଛି। ଏହି ସଫଳତା ହାସଲ ପରେ ବେଲଜିୟମ ଟିମ୍ ଖୁସିରେ ବିଭୋର ହୋଇଯାଇଥିଲା। ଗୀତ ଆଉ ନାଚରେ ଝୁମିଥିଲେ ଦର୍ଶକ।

ଦଳ ପୁଲ-ସିରେ ସ୍ଥାନ ପାଇଥିବା ବେଲଜିୟମ ଭାରତ ସହିତ ୨-୨ଗୋଲ ବରାବର ରଖିଥିଲା। କାନାଡାକୁ ୨-୧ଗୋଲ, ଦକ୍ଷିଣଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି କ୍ରସ ଓଭରକୁ ଉନ୍ନୀତ ହୋଇଥିଲା। କ୍ରସ ଓଭରରେ ଦଳ ପାକିସ୍ତାନକୁ ୫-୦ରେ ଗୋଲରେ ପରାସ୍ତ କରି କ୍ୱାଟର ଫାଇନାଲକୁ ଉନ୍ନୀତ ହୋଇଥିଲା।

କ୍ୱାଟର ଫାଇନାଲରେ ଜର୍ମାନୀକୁ ୨-୧ଗୋଲରେ ପରାସ୍ତ କରି ପ୍ରଥମ ଥର ପାଇଁ ସେମଫାଇନାଲ ଖେଳିଥିଲା। ଆଲେକଜାଣ୍ଡାର ହେଣ୍ଡ୍ରକସ୍ ୭ଟି ଗୋଲ ଦେଇଥିଲେ। ଦଳ ପୂର୍ବରୁ ୧୯୭୩ରେ ଅଷ୍ଟମ, ୧୯୭୮ରେ ୧୪ ତମ, ୧୯୯୪ରେ ୧୧ତମ ଓ ୨୦୦୨ରେ ୧୪ତମ ସ୍ଥାନ ହାସଲ କରିଥିଲା।

Comment