ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଜିତିଥିବା ବେଲଜିୟମ୍ ଟିମ୍ ମଙ୍ଗବାର ନିଜ ଦେଶରେ ପହଞ୍ଚିଛନ୍ତି। ଏହାପରେ ସେମାନଙ୍କୁ ବିପୁଳ ସ୍ୱାଗତ କରାଯାଇଛି ନିଜ ମାଟିରେ। ରାଜଧାନୀ ବ୍ରସେଲ୍ସରେ ଅନେକ ସଂଖ୍ୟାରେ ଲୋକ ବେଲଜିୟମ ଦଳକୁ ସ୍ୱାଗତ କରିଥିଲେ। ଏହା ସହିତ ପୂରା ଦେଶ ଯେମିତି ସେଲିବ୍ରେସନ ମୁଡରେ ଥିଲା।

ରାଣୀ ମାଥିଲଦେ, ରାଜା ଫିଲିପ୍ ସ୍ୱାଗତ କରିବା ସହିତ ଖେଳାଳିଙ୍କ ସହିତ ଫଟୋ ଉଠାଇଥିଲେ। ନେଦରଲାଣ୍ଡକୁ ହରାଇ ପ୍ରଥମ ଥର ଲାଗି ବିଶ୍ୱକପ୍‌ ହକିରେ ଚମ୍ପିୟନ ହୋଇଛି ବେଲଜିୟମ୍। ବିଶ୍ୱ ହକି ଇତିହାସରେ ପ୍ରଥମ ଥର ଲାଗି ବେଲଜିୟମ୍ ଟାଇଟଲ ହାତେଇଛି।

ନେଦରଲାଣ୍ଡକୁ ୩-୨ଗୋଲରେ ହରାଇ ବେଲଜିୟମ ବିଶ୍ୱକପ୍‌ ଟ୍ରଫି ହାତେଇଛି। ତେବେ ଫାଇନାଲ ମ୍ୟାଚ ଅନେକ ରୋମାଞ୍ଚକର ଥିଲା। ନିଜ ଦେଶରେ ପହଞ୍ଚିବା ପରେ ଖେଳାଳି ମାନେ ମଧ୍ୟ ଅନେକ ଖୁସି ଥିଲେ। ନିଜ ପ୍ରିୟ ଖେଳାଳିଙ୍କ ସହିତ ସେଲଫି ନେବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

Comment