ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଫା ବିଶ୍ୱକପ୍‌ର ସଫଳତମ ଦଳ ବ୍ରାଜିଲ ବେଲଜିୟମଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।

ଫିଫା ବିଶ୍ୱକପ୍‌ର ୟୁ ବିଦା ହେଲା ବ୍ରାଜିଲ୍। ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ୟୁରୋପୀୟ ଶକ୍ତି ବେଲଜିୟମ ଏହି ଦକ୍ଷିଣ ଆମେରିକୀୟ ଦଳକୁ ୨-୧ ଗୋଲ୍‌ରେ ହରାଇ ବିଦାୟର ରାସ୍ତା ଦେଖାଇ ଦେଇଛି।

ଫଳରେ ବ୍ରାଜିଲର ଷଷ୍ଠ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଭାଙ୍ଗି ଚୁରମାର ହୋଇ ଯାଇଛି। ସେପଟେ ବେଲଜିୟମ ନିଜ ପ୍ରଥମ ବିଶ୍ୱକପ୍‌ ଟ୍ରଫି ଜିତିବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି।

ବ୍ରାଜିଲର ଦୁଃଖଦ ବିଦାୟ ପରେ ଫିଫା ବିଶ୍ୱକପ୍‌ରେ ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କ ପରେ ଆଉ ଜଣେ ମହାନାୟକ ନେମାରଙ୍କ ଖେଳ ବି ସରି ଯାଇଛି। ସେହିଭଳି ଚଳିତ ବିଶ୍ୱକପ୍‌ରୁ ଦକ୍ଷିଣ ଆମେରିକୀୟ ଅଭିଯାନ ବି ମୂଳପୋଛ ହୋଇଛି।

ଏହା ପୂର୍ବରୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟରେ ବଞ୍ଚି ରହିଥିବା ଅନ୍ୟତମ ଦକ୍ଷିଣ ଆମେରିକୀୟ ଦଳ ଉରୁଗୁଏକୁ ଫ୍ରାନ୍ସ ଏକତରଫା ଭାବେ ୨-୦ ଗୋଲ୍‌ରେ ହରାଇ ବିଦା କରି ଦେଇଥିଲା। ଏବେ ବେଲଜିୟମ-ଫ୍ରାନ୍ସ ମଙ୍ଗଳବାରର ପ୍ରଥମ ସେମିଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ।

 

Comment