ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପି ଆଜି ବନ୍ଦ ରହିବ ବ୍ୟାଙ୍କ। ଲଗାତାର ୫ଦିନ ବନ୍ଦ ରହିବ ବ୍ୟାଙ୍କ।
ଆଜି ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ। ସର୍ବଭାରତୀୟ ବ୍ୟାଙ୍କ ସଙ୍ଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ (ଏଆଇବିଓସି)ର ଧର୍ମଘଟ ଯୋଗୁଁ ଶୁକ୍ରବାର ସରକାରୀ ବ୍ୟାଙ୍କ ବନ୍ଦ ରହିବ। ଦରମା ସଂଶୋଧନ ଓ ବ୍ୟାଙ୍କ ମିଶ୍ରଣ ବିରୋଧରେ ଏଆଇବିଓସି ଧର୍ମଘଟ ଡାକରା ଦେଇଛି।
ଲଗାତାର ୩ ଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଏଟିଏମ ସମେତ ବିଭିନ୍ନ ପ୍ରକାର ବ୍ୟାଙ୍କିଂ ସେବା ଗୁରୁତର ପ୍ରଭାବିତ ହେବ।
ବ୍ୟାଙ୍କ ଅଫ୍ ବରୋଦା, ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣକୁ ଏଆଇବିଓସି ବିରୋଧ କରୁଛି। ଏହାସହ ସ୍କେଲ୍ ୧ କର୍ମଚାରୀଙ୍କଠାରୁ ସ୍କେଲ୍ ୭ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି।
ଅନ୍ୟପଟେ ଆସନ୍ତା ୨୬ ତାରିଖରେ ଅନ୍ୟ ଏକ ବ୍ୟାଙ୍କ ୟୁନିଅନ- ‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ’ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଯୋଗୁଁ ବି ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହେବ। ତେଣୁ ଶୁକ୍ରବାରଠାରୁ ବୁଧବାର ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବ। ମଝିରେ କେବଳ ସୋମବାର ବ୍ୟାଙ୍କ ଖୋଲା ରହିବ। ତେବେ ଘରୋଇ ବ୍ୟାଙ୍କଗୁଡ଼ିକରେ ଶୁକ୍ରବାର ଓ ଆସନ୍ତା ବୁଧବାର ସ୍ୱାଭାବିକ ଭାବେ କାମ ହେବ।
ଶୁକ୍ରବାର ଧର୍ମଘଟ ପାଇଁ ବ୍ୟାଙ୍କ କାମ ବନ୍ଦ ରହୁଥିବା ବେଳେ ଚତୁର୍ଥ ଶନିବାର ଓ ରବିବାର ବ୍ୟାଙ୍କ ଛୁଟି ରହିବ। କେବଳ ସୋମବାର ବ୍ୟାଙ୍କ କାମ ହେବ। ଏହା ପରେ ମଙ୍ଗଳବାର ଖ୍ରୀଷ୍ଟ ମାସ ଛୁଟି ଓ ବୁଧବାର ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନସ୍ ପକ୍ଷରୁ ଧର୍ମଘଟ ଯୋଗୁଁ ବନ୍ଦ ରହିବ ବ୍ୟାଙ୍କ।
ଲଗାତର ଏତେ ଦିନ ଧରି ବ୍ୟାଙ୍କ ବନ୍ଦ ରହୁଥିବାରୁ ଟଙ୍କା ନେଣଦେଣରେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେବେ। ଏଟିଏମ୍ ଗୁଡ଼ିକରେ ଟଙ୍କା ଅଭାବ ମଧ୍ୟ ଦେଖାଦେବା ଆଶଙ୍କା ରହିଛି।
















