ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋନ୍ ନେଉଥିଲେ ଲାଭରେ ରହିବେ କିନ୍ତୁ ଫିକ୍ସଡ ଡିପୋଜିଟ୍ କରିଥିଲେ କ୍ଷତି ସହିବେ।

କରୋନା ଦ୍ୱାରା ପ୍ରଭାବିତ ଭାରତର ଅର୍ଥନୀତିକୁ ପୁଣିଥରେ ଟ୍ରାକ୍‌କୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଅନେକ ଘୋଷଣା କରିଛି। ଯାହାମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅର୍ଥନୀତିରେ ନଗଦ ପ୍ରବାହକୁ ବଢ଼ାଇବା। ଅର୍ଥନୀତିରେ ନଗଦ ପରିମାଣ ବଢ଼ିଲେ ବ୍ୟାଙ୍କ ନିଜ ଗ୍ରାହକଙ୍କଠାରୁ ଲୋନ୍ ଉପରେ ସୁଧ କମ କରିପାରିବ। ତେବେ ବ୍ୟାଙ୍କରେ ଯେଉଁମାନେ ଫିକ୍ସଡ ଡିପୋଜିଟ୍ କରିଛନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିବ। କାରଣ ଏବେ ବ୍ୟାଙ୍କ ଉପରେ ଫିକ୍ସଡ୍ ଡିପୋଜିଟ୍‌ରେ ସୁଧ କମ କରିବା ପାଇଁ ଚାପ ବୃଦ୍ଧି ପାଇବ।

ରିଭର୍ସ ରେପୋ ରେଟ୍ ?

ରିଭର୍ସ ରେପୋ ରେଟ୍ ସେହି ରେଟ୍ ଯାହା ଉପରେ ରିଜର୍ଭ ବ୍ୟାଙ୍କ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକଠାରୁ କରଜ ନେଇଥାଏ ବା ଆରବିଆଇ ପାଖରେ ନିଜ ଟଙ୍କା ରଖି ବ୍ୟାଙ୍କ ଯେଉଁ ସୁଧ ପାଇଥାନ୍ତି।

କ’ଣ ପାଇଁ ବ୍ୟାଙ୍କ କମ ସୁଧରେ ଲୋନ୍ ଦେବାକୁ ବାଧ୍ୟ ହେବେ?

ରିଭର୍ସ ରେପୋ ରେଟ୍ କମିବା ଦ୍ୱାରା ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ପାଖରେ ଟଙ୍କା ରଖିବା ଅପେକ୍ଷା ଅଧିକରୁ ଅଧିକ ଟଙ୍କା ଗ୍ରାହକଙ୍କୁ ଲୋନ୍ ଭାବେ ଦେବାକୁ ଚାହିଁବେ। କାରଣ ରେପୋ ରେଟ୍ ହ୍ରାସ ପାଇବା ଦ୍ୱାରା ସେମାନେ ରିଜର୍ଭ ବ୍ୟାଙ୍କ ପାଖରେ ଟଙ୍କା ରଖିଲେ ପୂର୍ବଭଳି ସୁଧ ପାଇବେ ନାହିଁ। ନିଜ ଆୟ ବଢାଇବା ପାଇଁ ସେମାନଙ୍କୁ ଅଧିକରୁ ଅଧିକ ଲୋନ୍ ଦେବାକୁ ପଡିବ। ତେଣୁ ଗ୍ରାହକଙ୍କୁ ଆକୃଷ୍ଠ କରିବାକୁ ବ୍ୟାଙ୍କ ସୁଧ ହାର କମ କରିବାକୁ ବ୍ୟାଙ୍କ ବାଧ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଫିକ୍ସଡ୍ ଡିପୋଜିଟ୍ ରେଟ ହ୍ରାସ ପାଇବ

ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ ବୟାନରେ କହିଛନ୍ତି ଯେ, ଅର୍ଥନୀତିକୁ ଗତି ପ୍ରଦାନ ପାଇଁ ଅର୍ଥବ୍ୟବସ୍ଥାରେ ଜିଡିପିର ୩.୨ ପ୍ରତିଶତ ସମାନ ନଗଦ ଟଙ୍କା ଭର୍ତ୍ତି କରାଯାଇଛି। ଅର୍ଥବ୍ୟବସ୍ଥାରେ ଅତିରିକ୍ତ ନଗଦ ସୁଧ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଆରବିଆଇ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପର ସୁଧ ହାର ଉପରେ ଓଲଟା ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞଙ୍କ ମତ। ଏହାଦ୍ୱାରା ସଂଚୟ ଖାତା ତଥା ଫିକ୍ସଡ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ହାର କମିବାର ସମ୍ଭାବନା ରହିଛି। ଫଳରେ ଆପଣ ଯଦି ଫିକ୍ସଡ୍ ଡିପୋଜିଟ୍ ଆୟ ଉପରେ ନିର୍ଭର କରୁଥାନ୍ତି ତେବେ ଆପଣଙ୍କୁ ନିରାଶ ହେବାକୁ ପଡ଼ିପାରେ।

ଏଫ୍ଡି ନିବେଶକଙ୍କ ପକ୍ଷରେ କରିବା ଉଚିତ ?

ବିଶେଷଜ୍ଞଙ୍କ ଅନୁସାରେ ଯେତେବେଳେ ବଜାରରେ ସୁଧହାର ହ୍ରାସ ପାଏ ସେତେବେଳେ ସବୁ ନିବେଶକଙ୍କ ପାଖରେ ନିବେଶ ବିଭିନ୍ନ ସାଧନରେ ରିସ୍କ ବାବଦରେ ସୂଚନା ରହିବାର ଆବଶ୍ୟକତା ରହିଛି। ଯେଉଁ ନିବେଶକ ବଜାରରେ ଅଧିକ ରିସ୍କ ନେଇ ପାରିବେ ନାହିଁ, ସେମାନେ ବଜାରର ଅସ୍ଥିରତାକୁ ଦେଖି ନିଜ ପାଇଁ ନିବେଶର ସଠିକ ମାର୍ଗ ବାଛିବା ଆବଶ୍ୟକ।

Comment