ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ପ୍ରମୁଖ ଅର୍ଥନୈତିକ ମହାଶକ୍ତି ଭାବେ ଭାରତ ନିଜର ସ୍ଥିତିକୁ ସୁଦୃଢ଼ କରିଛି। ବ୍ରିଟେନକୁ ପଛରେ ପକାଇ ଭାରତ ପଞ୍ଚମ ସ୍ଥାନ ଅଧିକାର କରିଛି। ୨୦୨୧ ମସିହାର ଶେଷ ତିନି ମାସରେ ଭାରତ ଏହି ସଫଳତା ହାସଲ କରିଛି। ପୂର୍ବରୁ ପଞ୍ଚମ ସ୍ଥାନରେ ରହିଥିବା ବ୍ରିଟେନ ଷଷ୍ଠ ସ୍ଥାନକୁ ଖସି ଆସିଛି। ଅର୍ଥନୈତିକ ମହାଶକ୍ତି ଭାବେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ଏହା ସହ ଚୀନ ଦ୍ଵିତୀୟରେ, ଜାପାନ ତୃତୀୟରେ ଏବଂ ଜର୍ମାନ ଚତୁର୍ଥ ସ୍ଥାନରେ ରହିଛି।

ଏହା ପୂର୍ବରୁ ବ୍ରିଟେନ ପଞ୍ଚମ ସ୍ଥାନରେ ରହିଥିଲା। କୋଭିଡ ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ ଷଷ୍ଠ ସ୍ଥାନକୁ ଆସିଯାଇଛି। ଭାରତ ଏବେ ବିଶ୍ଵର ପଞ୍ଚମ ବୃହତ୍ତମ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହୋଇଛି। ଦଶନ୍ଧି ପୂର୍ବେ ଏହି ତାଲିକାରେ ଭାରତ ଏକାଦଶ ସ୍ଥାନରେ ରହିଥିଲା। ସେତେବେଳେ ପଞ୍ଚମ ସ୍ଥାନରେ ରହିଥିଲା ବ୍ରିଟେନ। କିନ୍ତୁ କିଛି ବର୍ଷ ହେଲା ଭାରତ ଅର୍ଥନୈତିକ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି।

ଆମେରିକୀୟ ଡଲାରରେ କରାଯାଇଥିବା ହିସାବରୁ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ବ୍ରିଟେନଠାରୁ ଅଧିକ ହୋଇଥିବା ଜଣାପଡ଼ିଛି। ବ୍ରିଟେନ ଅର୍ଥନୀତି ମୂଲ୍ୟ ୮୧୬ ବିଲିୟନ ଡଲାର ରହିଥିବାବେଳେ ଭାରତୀୟ ଅର୍ଥନୀତି ମୂଲ୍ୟ ତା’ଠାରୁ ଅଧିକ ୮୫୪.୭ ବିଲିୟନ ଡଲାର ରହିଛି। ଚଳିତ ଆର୍ଥିକ ବର୍ଷରେ ଭାରତ ୭ ପ୍ରତିଶତ ଅଧିକ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।

Tags: #IndianEconomy #Economy #LargestEconomy #WorldEconomy

Comment