ଓଡିଶାଲାଇଭ୍ ବ୍ୟୁରୋ

ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଓ ରାଉଲକେଲାରେ ଜାରି ହୋଇଥିବା ଲକଡାଉନ୍‌ କଟକଣାରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ଏଣିକି ଲକ୍‌ଡାଉନ୍‌ ସମୟରେ ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ସ୍ଵତନ୍ତ୍ର ରିଲିଫ କମିଶନର ଏନେଇ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଗତ ୧୭ ତାରିଖରେ ଏହି ୪ ଜିଲ୍ଲା ସମେତ ରାଉଲକେଲା ମ୍ୟୁନିସିପାଲିଟି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଥିଲା। ଏଥିପାଇଁ ସ୍ଵତନ୍ତ୍ର କଟକଣା ମଧ୍ୟ ଜାରି କରାଯାଇଥିଲା। CGU newତେବେ ରବିବାର ରାଜ୍ୟ ସରକାର ଏହି ଗାଇଡ୍‌ଲାଇନ୍‌କୁ ସଂଶୋଧନ କରିଛନ୍ତି। ଏଣିକି ୨୫% ବଦଳରେ ୫୦% କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଚଲାଇବାକୁ ପରାମର୍ଶ ଦିଆଯାଇଛି। ଗ୍ରାହକମାନେ ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ସେବା ପାଇପାରିବେ। ଏଥିସହ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment