ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମଦିବସ ପାଳିତ ହେଉଛି। ଏହି ଅବସରରେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଜପେୟୀଙ୍କ ସମାଧିସ୍ଥଳ ସଦୈବ ଅଟଳ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ଅଟଳଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କ ସ୍ମୃତିରେ ୧୦୦ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହି ମୁଦ୍ରାରେ ଅଟଳଙ୍କ ଛବି ରହିବା ସହତ ନାମ ରହିଛି।

ତିନିଥର ଦେଶର ପ୍ରଧାନମନ୍ତ୍ରୀ ରହିଥିବା ବାଜପେୟୀ ଜଣେ ସଫଳ ନେତା ସହିତ ଜଣେ ଉତ୍ତମ କବି। ସେ ଭାଷଣ ଦେବା ସମୟରେ ଅଧିକାଂଶ ସମୟରେ ତାଙ୍କ କବିତାକୁ ସ୍ଥାନ ଦେଇଥାନ୍ତି। ଭାରତ ରାଜନୀତିରେ ତାଙ୍କର ଅବଦାନ ଅତୁଳନୀୟ ରହିଛି।

LEAVE A REPLY

Please enter your comment!
Please enter your name here