ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଟୁଇଟର ପେଜରେ ଏକ ଭିଡ଼ିଓ ଶେୟାର କରି କରିଛନ୍ତି। ସେଥିରେ ମୋଦି ଲେଖିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଣାମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଣାମ ଜଣାଇବା ସହିତ ୨.୧୧ମିନଟର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁ ଭିଡିଓ ଏ ପର୍ଯ୍ୟନ୍ତ ୩୨ହଜାରରୁ ଅଧିକ ଲୋକ ଦେଖିସାରିଲେଣି।

ଆଜି ଭାରତ ରତ୍ନ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅଟେ। ଦେଶ କେବେବି ଅଟଳଜୀଙ୍କ ଅବଦାନକୁ ଭୁଲି ପାରିବେନାହିଁ। ତାଙ୍କ ନେତୃତ୍ୱରେ ପରମାଣୁ ଶକ୍ତି କ୍ଷେତ୍ରରେ ଦେଶକୁ ସମ୍ମାନ ମିଳିଛି। ପାର୍ଟିର ନେତା, ସଂସଦରେ ସଦସ୍ୟ, ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସବୁ ସମୟରେ ଅଟଳ ବିହାରୀ ବାଜପେୟୀ ନିଜର ଏକ ସ୍ୱତନ୍ତ୍ର ଆଦର୍ଶ ଓ ପ୍ରତିଷ୍ଠା ସୃଷ୍ଟି କରିପାରିଥିଲେ। ଅଟଳଜୀଙ୍କୁ ସାରା ଦେଶ ସମ୍ମାନ ଜଣାଉଛି। ଯେତେବେଳେ ସେ କିଛି କହୁଥିଲେ ସେତେବେଳେ ଯେମିତି ସାରାଦେଶ ତାଙ୍କରି କଥା ଶୁଣୁଥିଲା। ଲୋକଙ୍କ ମନରେ ଏକ ବିଶ୍ୱାସ ସୃଷ୍ଟି ହେଉଥିଲା ବିକାଶକୁ ନେଇ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତ ରତ୍ନ ସମ୍ମାନରେ ସମ୍ନାନିତ ହୋଇଥିବା ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୪ତମ ଜନ୍ମ ଜୟନ୍ତୀ। ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ରେ ହୋଇଥିଲା। ଅଟଳଜୀଙ୍କ ମୃତ୍ୟୁ ୨୦୧୮ ଅଗଷ୍ଟ ୧୬ରେ ହୋଇଥିଲା। ଅଟଳଜୀଙ୍କ ଭାଷଣର ଦୀୱାନା ସାରା ଦେଶ ଥିଲା। ସଂସଦରେ ଅଟଳଜୀଙ୍କ  ଭାଷଣକୁ ବିରୋଧୀ ବି ପସନ୍ଦ କରୁଥିଲେ।

LEAVE A REPLY

Please enter your comment!
Please enter your name here