ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିବ ସେନା ନେତା ବାଲାସାହେବ ଠାକ୍‌ରେଙ୍କ ବାୟୋପିକ ଠାକ୍‌ରେର ଟ୍ରେଲର ବୁଧବାର ରିଲିଜ ହେବା ପରେ ହିଁ ବିବାଦରେ ଛନ୍ଦି ହୋଇଛି। ଫିଲ୍ମର ଟ୍ରେଲର ହିନ୍ଦୀ ଏବଂ ମରାଠୀରେ ହୋଇଛି। ଫିଲ୍ମରେ ବାଲ ଠାକ୍‌ରେ ଭୂମିକାରେ ନଜର ଆସୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ନୱାଜୁଦ୍ଦିନ ସିଦ୍ଦିକିଙ୍କ ୩ଟି ଦୃଶ୍ୟ ଓ ୨ଟି ସଂଳାପକୁ ନେଇ ଆପତ୍ତି ହୋଇଛି।

ଫିଲ୍ମର ଟ୍ରେଲରରେ ନୱାଜୁଦ୍ଦିନ ସିଦ୍ଦିକି କହୁଛନ୍ତି, ‘ଉଠାଓ ଲୁଙ୍ଗୀ, ବଜାଓ ପୁଙ୍ଗୀ’। ଏହି ଡାଇଲଗ୍‌କୁ ନେଇ ଦକ୍ଷିଣ ଭାରତୀୟ ଲୋକ ଆପତ୍ତି ପ୍ରକାଶ କରିଛନ୍ତି। ଏହି ଫିଲ୍ମରେ କିଛି ଲୋକ ଲୁଙ୍ଗୀ ପିନ୍ଧିଥିବା ନଜର ଆସୁଛନ୍ତି। ଯାହାଙ୍କ ଉପରେ ଆକ୍ରମଣ କରାଯାଇଛି।

ଏହାସହ ବାଲ୍ ଠାକ୍‌ରେଙ୍କ ଭୂମିକାରେ ନଜର ଆସିଥିବା ନୱାଜୁଦ୍ଦିନ ସିଦ୍ଦିକି ଫିଲ୍ମରେ ଜଣେ ଦକ୍ଷିଣ ଭାରତୀୟ ଯୁବକଙ୍କ ସହ ରାସ୍ତାରେ ଧକ୍କା ହୋଇଯାଇଥିଲେ। ଯେଉଁଥିରେ ରାଗି ଯାଇ ନୱାଜ ନିଜ ଚପଲ କାଢ଼ିବାକୁ ଚେଷ୍ଟା କରୁଥିବା ନଜର ଆସୁଥିଲେ।

ଅନ୍ୟପକ୍ଷରେ ‘ଉଠାଓ ଲୁଙ୍ଗୀ, ବଜାଓ ପୁଙ୍ଗୀ’ ଡାଇଲଗ୍‌ଙ୍କୁ ନେଇ ଦକ୍ଷିଣ ଭାରତୀୟ ଅଭିନେତା ସିଦ୍ଧାର୍ଥ ଆପତ୍ତି ଜଣାଇଛନ୍ତି। ଏଥିପାଇଁ ସିଦ୍ଧାର୍ଥ ଟୁଇଟ କରି ନିଜ ଆପତ୍ତି ପ୍ରକାଶ କରିଛନ୍ତି।

ସିଦ୍ଧାର୍ଥ ଟୁଇଟରରେ ଲେଖିଛନ୍ତି, “ଫିଲ୍ମରେ ନୱାଜୁଦ୍ଦିନ କହୁଥିବା ଡାଇଲଗ୍ ସମ୍ପୁର୍ଣ୍ଣ ଭାବେ ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରତି ଅପମାନ ସଦୃଶ। ଆପଣମାନେ ଟଙ୍କା ରୋଜଗାର କରିବା ପାଇଁ ଏହି ଡାଇଲଗ୍‌ ପ୍ରଚାର କରୁନାହଁ ତ?”

Comment