ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ମଲ୍ଟି ଷ୍ଟାର କାଷ୍ଟର ଫିଲ୍ମ ‘ଛିଛୋରେ’ ବକ୍ସ ଅଫିସରେ ପାଖାପାଖି ଏକ ମାସ ହୋଇଗଲାଣି। ସେପ୍ଟେମ୍ବର ୬ରେ ରିଲିଜ ହୋଇଥିବା ‘ଛିଛୋରେ’ ଫିଲ୍ମକୁ ୬ ଅକ୍ଟୋବରକୁ ଏକ ମାସ ପୂରିଲା। ତେବେ ଏପର୍ଯ୍ୟନ୍ତ ମଧ୍ୟ ବକ୍ସ ଅଫିସରେ ଛିଛୋରେ ଫିଲ୍ମର ଯାଦୁ ଦେଖିବାକୁ ମିଳୁଛି। ୫୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଫିଲ୍ମ ‘ଛିଛୋରେ’ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିସାରିଲାଣି।

ଫିଲ୍ମ କ୍ରିଟିକ୍ସ ତଥା ଟ୍ରେଡ୍‌ ଅନାଲିଷ୍ଟ ତରଣ ଅଦର୍ଶ ଏନେଇ ସୋମବାର ଏକ ଟୁଇଟ୍‌ କରିଛନ୍ତି। ଟୁଇଟ୍‌ ଅନୁଯାୟୀ, ରିଲିଜର ପ୍ରଥମ ୫ ଦିନରେ ଫିଲ୍ମ ‘ଛିଛୋରେ’ ୫୦ କୋଟି ଆୟ କରି ବକ୍ସ ଅଫିସରେ ନିଜ ଖର୍ଚ୍ଚ ଉଠାଇସାରିଥିଲା। ସେହିପରି ୯ଦିନରେ ୭୫ କୋଟି ଆୟ କରିଥିବା ବେଳେ ୧୨ ଦିନରେ ବକ୍ସ ଅଫିସରେ ୧୦୦ କୋଟି କ୍ଲବରେ ପହଞ୍ଚିଥିଲା ଫିଲ୍ମ ‘ଛିଛୋରେ’।

ତେବେ ଏତିକିରେ ସନ୍ତୁଷ୍ଟ ନରହି ବକ୍ସ ଅଫିସରେ ଆହୁରି ଆଗକୁ ମାଡ଼ିଚାଲିଥିବା। ସେହିପରି ୧୭ ଦିନରେ ‘ଛିଛୋରେ’ ୧୨୫ କ୍ଲବ୍‌ରେ ପହଞ୍ଚିଥିବା ବେଳେ ୩୧ତମ ଦିନରେ ୧୫୦ କୋଟି ପାର କରିଥିଲା। ତେବେ ଏଯାଏଁ ମଧ୍ୟ ବକ୍ସ ଅଫିସରେ ନିଜ ଯାଦୁ ବଜାୟ ରଖିଛି ଫିଲ୍ମ ଛିଛୋରେ।

ଷ୍ଟାରକାଷ୍ଟଙ୍କୁ ଦେଖିବାକୁ ଗଲେ ଫିଲ୍ମ ‘ଛିଛୋରେ’ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବଂ ଶ୍ରଦ୍ଧା କପୁରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛ। ଏହା ବ୍ୟତୀତ ଫିଲ୍ମରେ ବରୁଣ ଶର୍ମା, ପ୍ରତୀକ ବବର, ନବୀନ ପୋଲିସେଟ୍ଟୀ, ତୁଷାର ପାଣ୍ଡେ ଓ ସହର୍ଷ କୁମାର ଶୁକ୍ଳାଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି।

ତରଣ ଅଦର୍ଶଙ୍କ ମୂତାବିକ, ଟୋଟାଲ ଧମାଲ ଏବଂ ମିସନ ମଙ୍ଗଳ ପରେ ୧୫୦ କୋଟି କ୍ଲବ୍‌ରେ ପହଞ୍ଚିଥିବା ତୃତୀୟ ଫକ୍ସଷ୍ଟାର ଷ୍ଟୁଡିଓ ଫିଲ୍ମ ହେଉଛି ଛିଛୋରେ।

Comment