ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂରସଂଚାର ନିୟାମକ (ଟ୍ରାଇ)ର ନୂଆ ନିୟମ । ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ବାଛିବା ଲାଗି ୩୧ ଜାନୁଆରୀ ସମୟ ଦେଇଛି ଟ୍ରାଇ। ଏହା ସହିତ ପ୍ରସାରଣ ଓ କେବୁଲ ସେବା ଲାଗି ନୂଆ ଫ୍ରେମୱାର୍କ କରାଯାଇଥିବା ଟ୍ରାଇ ତରଫରୁ କୁହାଯାଇଛି।

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ(ଟ୍ରାଇ)ର ସଚିବଙ୍କ ଅନୁସାରେ,” ଆମେ ଗୁରୁବାର ସମସ୍ତ ପ୍ରସାରକ ଓ ଡିଟିଏଚ୍‌ ଅପରେଟରଙ୍କ ସହ ବୈଠକ କରିଥିଲୁ। ସମସ୍ତେ ନୂଆ ନିୟମକୁ ଲାଗୁ କରିବା ନେଇ ନିଜ ମତ ପ୍ରକାଶ କରିଛନ୍ତି। ସେମାନେ ଅନୁରୋଧ କରିଛନ୍ତି ଏଭଳି ଏକ ବଡ ପରବର୍ତ୍ତନ ଲାଗି ଗ୍ରାହକଙ୍କୁ କିଛି ସମୟ ଦିଆଯାଉ। ଯାହାଦ୍ୱାରା ଗ୍ରାହକ ମାନେ ନୂଆ ନିୟମକୁ ବୁଝିବା ଓ ଆପଣାଇବା ଲାଗି ସମୟ ପାଇବେ। ” ନିଶ୍ଚିତ ଭାବେ ଟ୍ରାଇର ଏହି ନିୟମ ଉପଭୋକ୍ତାଙ୍କ ଲାଗି ଏକ ଖୁସି ଖବର।

Comment