ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେ ସମସ୍ତେ ଜାଣିଛେ ଗୋଟିଏ ବର୍ଷରେ ୧୨ଟି ମାସ ରହିଥାଏ। ଜାନୁଆରିଠାରୁ ଆରମ୍ଭ କରି ଡିସେମ୍ବର ପର୍ଯ୍ୟନ୍ତ ୧୨ଟି ମାସକୁ ମିଶାଇ ଆମେ ଗୋଟିଏ ବର୍ଷ ବୋଲି ଗଣିଥାଉ। ତେବେ ଆପଣ କେବେ ଭାବିଛନ୍ତି କି, ଏହି ମାସମାନଙ୍କର ନାଁ କ’ଣ ପାଇଁ ଏପରି ରଖାଯାଇଛି? ଏହା ପଛର କାରଣ କ’ଣ?

ଜାଣନ୍ତୁ, ବିଭିନ୍ନ ମାସର ନାମ ପଛର ରହସ୍ୟ

ଇଂରାଜୀ ବର୍ଷର ଆରମ୍ଭ ଜାନୁଆରି ମାସରୁ ହୋଇଥାଏ। ଏହି ମାସର ନାଁ ରୋମାନ୍ ଦେବତା ‘ଜେନସ୍’ଙ୍କ ନାମ ଅନୁସାରେ ରଖାଯାଇଛି। ସେହିପରି ଫେବ୍ରୁଆରି ମାସର ନାଁ ରୋମର ଦେବୀ ‘ଫେବ୍ରୁଆରିଆ’ଙ୍କ ନାମ ଅନୁସାରେ ରଖାଯାଇଛି।

ମାର୍ଚ୍ଚ ମାସର ନାଁ ରୋମର ଦେବତା ‘ମାର୍ସ’ଙ୍କଠାରୁ ଆସି ଅଛି। ରୋମାନ ବର୍ଷର ଆରମ୍ଭ ଏହି ମାର୍ଚ୍ଚମାସରୁ ଆରମ୍ଭ ହୋଇଥାଏ। ଲାଟିନ୍ ଶବ୍ଦ ‘ଏପେରାୟର’ ଆସିଛି ଏପ୍ରିଲ ମାସ।

ମେ’ ମାସର ନାଁ ପଛରେ କୁହାଯାଏ ରୋମର ଦେବତା ‘ମରକରି’ଙ୍କ ନାଁ ରହିଛି। ତାଙ୍କର ମାଆ ‘ମାଇଆ’ଙ୍କ ନାଁ ଅନୁସାରେ ଏହି ମାସର ନାଁ ମେ’ ରଖାଯାଇଛି। ସେହିପରି ରୋମ୍‌ର ଦେବତା ‘ଜିୟସ’ଙ୍କ ସ୍ତ୍ରୀଙ୍କ ନାଁ ଅନୁସାରେ ଜୁନ୍ ମାସର ନାମକରଣ କରାଯାଇଛି।

ରୋମାନ ଶାସକ ଜୁଲିୟସ୍ ସିଜରଙ୍କ ନାଁ ଅନୁସାରେ ଜୁଲାଇ ମାସର ନାଁ ରଖାଯାଇଛି। ଜୁଲିୟସଙ୍କ ଜନ୍ମ ଓ ମୃତ୍ୟୁ ଏହି ମାସରେ ହୋଇଥାଏ। ସେହିପରି ସେଣ୍ଟ ଆଗଷ୍ଟ ସିଜରଙ୍କ ନାଁ ଅନୁସାରେ ଅଗଷ୍ଟ ମାସର ନାମକରଣ କରାଯାଇଛି।

ସେପ୍ଟେମ୍ବର ମାସ ଲାଟିନ୍ ଶବ୍ଦ ‘ସେପ୍ଟେମ’ ଓ ଅକ୍ଟୋବର ମାସ ଲାଟିନ୍ ଶବ୍ଦ ‘ଆକ୍ଟୋ’ରୁ ଆସିଛି। ନଭେମ୍ବର ମାସର ନାଁ ଲାଟିନ୍ ଶବ୍ଦ ‘ନବମ’ ଓ ଡିସେମ୍ବର ମାସ ଲାଟିନ୍ ଶବ୍ଦ ‘ଡେସମ’ରୁ ଆସିଛି।

ଏହିଭଳି ଭାବରେ ଇଂରାଜୀ ବର୍ଷର ମାସମାନଙ୍କର ନାମକରଣ କରାଯାଇଛି।

Comment