ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦାୟ ନେଇଛି ବର୍ଷ ୨୦୨୧। ନୂଆ ଆଶା, ସମ୍ଭାବନା ଓ ନୂଆ ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୨। ପୁରୁଣା ବର୍ଷକୁ ବିଦାୟ ଦେଇ, ବିଦାୟୀ ବର୍ଷର ଦୁଃଖ, ଖରାପ ସ୍ମୃତିକୁ ଭୁଲି କିଛି ଅଭୁଲା ଅନୁଭୂତିକୁ ସାଥେ ନେଇ ନୂଆବର୍ଷରୁ ନୂଆ ଆରମ୍ଭ କରିବାକୁ ସମସ୍ତେ ସଂକଳ୍ପ ନେଉଛନ୍ତି।

ହେଲେ ଏଥର ନୂଆବର୍ଷକୁ ବାଣ ଫୁଟାଇ, ବାଜା ବଜାଇ, କେକ୍‌ କାଟି ନୁହେଁ ବରଂ ପରସ୍ପରକୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରିଛନ୍ତି। ଏଥର ନୂଆବର୍ଷ ଉତ୍ସାହ କିନ୍ତୁ ଫିକା ପଡ଼ିଛି। ଏମିତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବି ହୋଇପାରିନାହିଁ। କୋଭିଡ୍ କଟକଣା ପାଇଁ ନୂଆ ବର୍ଷରେ ଭିଡ଼କୁ ଏଡ଼ାଇବା ଲାଗି ଶ୍ରୀମନ୍ଦିର ବନ୍ଦ ରହିଛି।ନୂଆବର୍ଷର ଖୁସିରେ ଗ୍ରହଣ ଲଗାଇ ଦେଇଛି କରୋନା। କରୋନା କଟକଣା ମଧ୍ୟରେ ଘରେ ରହି ନୂଆବର୍ଷକୁ ସ୍ଵାଗତ କରିବାକୁ ସରକାର ଗାଇଡଲାଇନ୍‌ରେ କହିଛନ୍ତି।

Comment