ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ଅନ୍ତର୍ଜାତୀୟ ଉଡ଼ାଣ କରୁଥିବା ପ୍ରାୟ ୭ ଜଣ ପାଇଲଟ ଜାଲ ସାର୍ଟିଫିକେଟ ଦେଇ ପାଇଲଟ ଲାଇସେନ୍ସ ହାସଲ କରିଛନ୍ତି। ଏପରିକି ପ୍ରାୟ ୫ ଜଣ ପାଇଲଟ ମ୍ୟାଟ୍ରିକ ପରୀକ୍ଷା ମଧ୍ୟ ପାଶ୍‌ କରିନାହାନ୍ତି। ଏପରି ଘଟଣା ଘଟିଛି ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ରେ। ଏପରି ଘଟଣା ସାମ୍ନାକୁ ଆସିବା ପରେ ଖୋଦ୍‌ ପାକିସ୍ତାନ ସୁପ୍ରିମକୋର୍ଟ ମଧ୍ୟ ତାଜୁବ ହୋଇଯାଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଇଜାଜୁଲ ଆହସାନ କହିଛନ୍ତି ଯେ ଆଜିକାଲି ମ୍ୟାଟ୍ରିକ ପାଶ ନକରି ବସ ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି, କିନ୍ତୁ ୫ ଜଣ ପାଇଲଟ ଇଣ୍ଟରନାସନାଲ ଫ୍ଲାଇଟ ଉଡ଼ାଉଛନ୍ତି। ଏମାନେ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବିପନ୍ନ କରିଛନ୍ତି ବୋଲି ସେ କହିଛନ୍ତି। ଆବଶ୍ୟକ ପ୍ରମାଣପତ୍ର ଦାଖଲ କରିନଥିବାରୁ ପିଆଇଏର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ନିଳମ୍ବିତ କରାଯାଇଛି ବୋଲି ପାକିସ୍ତାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ଜଣାଇଛି।

LEAVE A REPLY

Please enter your comment!
Please enter your name here