ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମହାନଦୀ ମୁହାଣରେ ଘଟିଛି ଏକ ଅଘଟଣ। ବୁଧବାର ପିକ୍‌ନିକ୍‌ ସାରି ଫେରୁଥିବା ସମୟରେ ଡଙ୍ଗା ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଛି ଓ ୮ଜଣ ନିଖୋଜ ଅଛନ୍ତି।

ମହାନଦୀ ମୁହାଣର ନିପାଣିଆ ନିକଟରେ ଏହି ଡଙ୍ଗାଟି ବୁଡ଼ି ଯାଇଛି। ପାରାଦୀପର କୁଜଙ୍ଗ ଅଞ୍ଚଳରୁ ପିକ୍‌ନିକ୍‌ କରିବାକୁ କିଛି ଲୋକ ଯାଇଥିଲେ। ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍‌ ସାରି ଡଙ୍ଗାରେ ଫେରୁଥିବା ସମୟରେ ଘଟିଛି ଏହି ଅଘଟଣ।

ଡଙ୍ଗାରେ ପ୍ରାୟ ୩୦ରୁ ଅଧିକ ଲୋକ ଥିବାର ସୂଚନା ମିଳିଛି। ସୁରକ୍ଷିତ ଭାବେ ୨୫ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ଅଧିକାଂଶ ମହିଳା ଓ ଶିଶୁ ଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Comment