ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସିଡନୀ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳିବ ଭାରତ।

ଅଷ୍ଟ୍ରେଲିଆ ବିରୋଧରେ ଗୁରୁବାର ସିଡନୀ ଗ୍ରାଉଣ୍ଡରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯିବ। ଏନେଇ ବିସିସିଆଇ ପକ୍ଷରୁ ଭାରତୀୟ ଦଳର ୧୩ ଜଣ ଖେଳାଳିଙ୍କ ନାମ ଘୋଷଣା ହୋଇଛି।

ଅଧିନାୟକ ବିରାଟ କୋହଲି, ଆଜିଙ୍କ୍ୟା ରାହାଣେ, କେଏଲ ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା. କୁଳଦୀପ ଯାଦବ, ଆର ଅଶ୍ୱିନ, ମହମ୍ମଦ ଶାମି, ଜସପ୍ରୀତ ବୁମରାହ, ଉମେଶ ଯାଦବ ସିଡନୀ ଟେଷ୍ଟ ପାଇଁ ଚୟନ ହୋଇଛନ୍ତି।

ଏହି ମ୍ୟାଚରୁ ରୋହିତ ଶର୍ମା ବାଦ ପଡ଼ିଛନ୍ତି, କାରଣ ସେ ତାଙ୍କ ନବଜାତ ଶିଶୁକନ୍ୟାକୁ ଭେଟିବାକୁ ଅଷ୍ଟ୍ରେଲିଆରୁ ଭାରତରୁ ଆସିଛନ୍ତି। ରୋହିତ ମେଲବର୍ଣ୍ଣ ତୃତୀୟ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

ମେଲବର୍ଣ୍ଣ ଟେଷ୍ଟ ଜିତି ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି। ଏବେ ଭାରତୀୟ ଦଳ ପାଖରେ ଅଷ୍ଟ୍ରେଲିଆରେ ସିରିଜ ଜିତିବାକୁ ସୁଯୋଗ ରହିଛି।

Comment