ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ବର୍ଷ ପୂରିଛି। ବିରାଟ ୨୦୦୮ ଅଗଷ୍ଟ ୧୮ ତାରିଖରେ ଶ୍ରୀଲଙ୍କା ବପକ୍ଷରେ ଦିନିକିଆ ମ୍ୟାଚ ଖେଳି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ପ୍ରବେଶ କରିଥିଲେ। ବିରାଟଙ୍କ ଦମଦାର ପ୍ରଦର୍ଶନ ପାଇଁ ହେଉ ବା ଫିଟ୍‌ନେସ ପାଇଁ ହେଉ ତାଙ୍କର ସଂଖ୍ୟାଧିକ ଫ୍ୟାନ୍ସ ରହିଛନ୍ତି।

ବିରାଟଙ୍କ ଅଧିକାଂଶ ଫ୍ୟାନ୍ସଙ୍କୁ ଏହା ଜଣାନଥିବ ସେ ଗତ ୮ ବର୍ଷରୁ ପିଠି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି। ୨୦୧୧ରୁ ସେ ଏହି ରୋଗର ଶିକାର ହୋଇଛନ୍ତି। ଏହାର ପ୍ରଭାବ ବିରାଟଙ୍କ ଖେଳ ଉପରେ ପଡ଼ିନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ବିରାଟ ତାଙ୍କ ଯନ୍ତ୍ରଣା ସମ୍ପର୍କରେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଖେଳାଳିଙ୍କୁ ଫିଟ୍‌ନେସକୁ ନେଇ ଛୋଟ ବଡ଼ ସମସ୍ୟା ହୋଇଥାଏ। ଯେତେବେଳେ କାମ ଅଧିକ ହୋଇଯାଏ ସେତେବେଳେ ସମସ୍ୟା ବଢ଼ିଯାଏ। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ନିଜକୁ ହିଁ ଶରୀରକୁ ଫିଟ୍‌ ରଖିବାକୁ ପଡ଼ଥାଏ ବୋଲି କହିଛନ୍ତି ବିରାଟ।

ମେଲବର୍ଣ୍ଣରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବିରାଟଙ୍କ ପିଠିରେ ଯନ୍ତ୍ରଣା ଦେଖାଯାଇଥିଲା। ସେ ଏହାର ଚିକିତ୍ସା କରିଥିଲେ।

ତେବେ ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି। ଜାନୁଆରୀ ୩ରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ବିରାଟ ବାହିନୀ ବିଜୟ ହାସଲ କରିବ ବୋଲି କିକ୍ରେଟ ପ୍ରେମୀ ଆଶା ରଖିଛନ୍ତି।

Comment