ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍‌ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଗୁରୁବାର ହେଉଛି ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ଟି ୱିକେଟ୍ ହରାଇ ୩୦୩ ରନ୍ ସଂଗ୍ରହ କରିଛି। ଏହି ମ୍ୟାଚରେ ଚେତେଶ୍ୱର ପୂଜାରା ୧୩୦ ରନ ଓ ହନୁମା ବିହାରୀ ୩୯ ରନ୍ କରି ଅପରାଜିତ ରହିଛନ୍ତି। ପୂଜାରା ନିଜ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି।

ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ଓ କଙ୍ଗାରୁ ଦଳ ମଧ୍ୟରେ ହେଉଛି ଏହି ଟେଷ୍ଟ୍‌ ମ୍ୟାଚ। ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା।

ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲ ୭୭ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୨୩ ରନ କରି ଆଉଟ ହୋଇଥିଲେ। ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ଚେତେଶ୍ୱର ପୂଜାରା ନିଜ କ୍ରିକେଟ କ୍ୟାରିଅରର ୧୮ତମ ଟେଷ୍ଟ ଶତକ ହାସଲ କରିଛନ୍ତି।

ଏଥିସହ ଚେତେଶ୍ୱର ପୂଜାରା ଟେଷ୍ଟ କ୍ରିକେଟରେ କମ୍‌ ସମୟ ମଧ୍ୟରେ ଶତକ କରିବାରେ ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନଙ୍କୁ ପଛରେ ପକାଇଛନ୍ତି।

Comment