ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଜାନୁଆରୀ ୫ରୁ ଆରମ୍ଭ ହୋଇ ଜାନୁଆରୀ ୧୩ରେ ସରିବ।

ଶନିବାରଠାରୁ ଦିଲ୍ଲୀରେ ବିଶ୍ଵ ପୁସ୍ତକ ମେଳା ଆରମ୍ଭ ହୋଇଛି। ଚଳିତ ବର୍ଷ ପୁସ୍ତକ ପ୍ରଦର୍ଶନୀର ୨୭ତମ ସଂସ୍କରଣ। ଏହି ପୁସ୍ତକ ମେଳା ଦିଲ୍ଲୀର ପ୍ରଗତି ପଡ଼ିଆରେ ଆୟୋଜିତ ହେଉଛି।

ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଝାଭେଦକର। ଚଳିତ ବର୍ଷ ଏହି ପସ୍ତକ ମେଳାର ଥିମ ରହିଛି ‘ରିଡରର୍ସ ୱିଥ ସ୍ପେଶାଲ ନିଡ୍ସ’।

ଆଇଟିପିଓ ଏବଂ ନ୍ୟାସନାଲ ବୁକ୍‌ ଟ୍ରଷ୍ଟର ମିଳିତ ସହଯୋଗରେ ଏହି  ବିଶ୍ଵସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହେଉଛି। ପୁସ୍ତକ ମେଳା ୫ରୁ ଆରମ୍ଭ ହୋଇ ଜାନୁଆରୀ ୧୩ରେ ଶେଷ ହେବ।

ଏହି ମେଳାରେ ଦିବ୍ୟାଙ୍ଗମାନଙ୍କ ଉପରେ ଆଧାରିତ ୫ଟି ପୁସ୍ତକର ଉନ୍ମୋଚନ କରାଯିବ। ପାଠକମାନେ ଦିବ୍ୟାଙ୍ଗମାନଙ୍କ ସମସ୍ୟା ଓ ତାଙ୍କ ପ୍ରତିଭା ସହିତ ଜଡ଼ିତ ହେବେ। ମେଳାରେ ପ୍ରତିଦିନ ଦିବ୍ୟାଙ୍ଗଙ୍କୁ ନେଇ ଡକ୍ୟୁମେଣ୍ଟାରୀ ଫିଲ୍ମ ପରଦାରେ ପ୍ରଦର୍ଶିତ ହେବ।

ଭିନ୍ନକ୍ଷମ, ଦୃଷ୍ଟି, ଶ୍ରବଣଶକ୍ତିବାଧିତ ପୁସ୍ତକ ପଠନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁସ୍ତକ ପ୍ରଦର୍ଶିତ ହେବ। ଏହାସହ ଏଠାରେ କବି, କଳାକାର ସମ୍ମିଳନୀ ଅନୁଷ୍ଠିତ ହେବ।

ମେଳା ବିଶେଷ କରି ଦିବ୍ୟାଙ୍ଗମାନଙ୍କ ଉପରେ ଆଧାରିତ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ହୁଇଲ୍‌ ଚେୟାର, ଗୋ କାର୍ଟସ ଭଳି ବ୍ୟବସ୍ଥା ରହିଛି।

Comment