ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପି ସର୍ବ ସାଧାରଣ ଧର୍ମଘଟ ଫଳରେ ଗାଡ଼ି ଚଳାଚଳ ଠପ୍ ହୋଇଛି।

ମଙ୍ଗଳବାର ଦେଶବ୍ୟାପି ବନ୍ଦ ପାଳନ ହେଉଛି। କେନ୍ଦ୍ରିୟ ଶ୍ରମିକ ସଙ୍ଗଠନ ଜାନୁଆରୀ ୮ ଓ ୯ ତାରିଖରେ ଶ୍ରମିକମାରଣ, ଦରଦାମ ବୃଦ୍ଧି, ବେକାରୀ ବିରୋଧରେ ଏହି ଦୁଇ ଦିନିଆ ବନ୍ଦ ଡାକରା ଦେଇଛି।

ବନ୍ଦ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ରାସ୍ତା ଉପରେ ହଜାର ହଜାର ଗାଡ଼ି ଅଟକି ରହିଛି। ବନ୍ଦ ଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କଟକ, ଭୁବନେଶ୍ଵର, ସମ୍ବଲପୁର, ବ୍ରହ୍ମପୁର ଆଦି ସହରରେ ବନ୍ଦର ସର୍ବାଧିକ ପ୍ରଭାବ ଦେଖାଯାଇଛି। ପୁରୀରେ ବି ବନ୍ଦ ପାଳନର ପ୍ରଭାବ ଦେଖାଯାଇଛି। ଫଳରେ ପର୍ଯ୍ୟଟକ ଚାଲି ଚାଲି ଶ୍ରୀମନ୍ଦିର ଯାଉଛନ୍ତି। ସେପଟେ ମଙ୍ଗଳବାର ଠାରୁ ଜେଇମେନ ପରୀକ୍ଷା ଆରମ୍ଭ ହୋଇଛି। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ପରୀକ୍ଷାର୍ଥୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଜାନୁଆରୀ ୮ ତାରିଖ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବାବେଳେ ୯ ତାରିଖରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ କି ନାହିଁ ସେନେଇ ମଙ୍ଗଳବାର ନିଷ୍ପତ୍ତି ନିଆଯିବ। ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here