ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତ ବନ୍ଦ। କେନ୍ଦ୍ରର ଶ୍ରମ ଆଇନ ଏବଂ କୃଷି ଆଇନ ପ୍ରତ୍ୟାହାର ଦାବିରେ ବନ୍ଦ ପାଳନ କରାଯାଉଛି। ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ। ବନ୍ଦ ଡାକରାରେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି।

ବସ୍, ଟ୍ରେନ୍ ଓ ଗାଡ଼ି ଚଳାଚଳ ବନ୍ଦ ରଖିବାକୁ ସିଟୁର ଆହ୍ୱାନ ଦେଇଛି। ଭୁବନେଶ୍ୱରର ବିଭିନ୍ନ ଛକରେ ସଂଗଠନ ପକ୍ଷରୁ ରାସ୍ତାରୋକ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୋଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ସମ୍ବଲପୁର, ଭଦ୍ରକ, ବାଲେଶ୍ୱର, ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଛି।

ମୋଦୀ ସରକାରଙ୍କ ଲୋକ ବିରୋଧୀ, ଶ୍ରମିକ ବିରୋଧୀ, ଦେଶ ବିରୋଧୀ ଓ ଧ୍ୱଂସାଭିମୁଖୀ ନୀତି ବିରୋଧରେ ସଂଗଠନ ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଉଥିବା ଶ୍ରମିକ ନେତାମାନେ କହିଛନ୍ତି।

ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରେ ରାସ୍ତାରେ ଟାୟାର ଜାଳି ବନ୍ଦ ପାଳନ କରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସେହିପରି ଦିଲ୍ଲୀ, ହରିୟାଣା, ପଞ୍ଜାବ, ଉତ୍ତରପ୍ରଦେଶରେ ମଧ୍ୟ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି।

Comment