ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଭାଗ୍ୟ ଏବେ ତାଙ୍କ ସାଥ୍‌ ଦେଉଛି। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମର ପ୍ରୋଜେକ୍ଟ ଏବେ ତାଙ୍କୁ ମିଳିବାରେ ଲାଗିଛି। ଦିଶା ଏବେ ଦବଙ୍ଗ ଖାନ ସଲମାନଙ୍କ ସାଙ୍ଗରେ ଫିଲ୍ମ ‘ଭାରତ’ର ସୁଟିଙ୍ଗ କରୁଥିଲାବେଳେ ପୁଣି ତାଙ୍କୁ ସଲମାନଙ୍କ ସାଥୀରେ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିବ।

ଭାରତ ପରେ ସଲମାନଙ୍କ ସହ ‘କିକ୍‌୨’ରେ ନଜର ଆସିବେ ଦିଶା।

ଏହି ଫିଲ୍ମରେ ଦିଶାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଶୁଣିବାକୁ ମିଳିଛି। ତେବେ କିକ୍‌୨ ଫିଲ୍ମର ସୁଟିଙ୍ଗ ୨୦୧୯ର ଶେଷ ଆଡ଼କୁ ହୋଇପାରେ।  ୨୦୧୪ ମସିହାରେ ସଲମାନଙ୍କ  ଆକ୍ସନ ଫିଲ୍ମ କିକ୍‌ ରିଲିଜ ହୋଇଥିଲା। ଏଥିରେ ସଲମାନଙ୍କ ବିପକ୍ଷରେ ଜ୍ୟାକଲିନ ନଜର ଆସିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ କମାଲ କରିଥିଲା।

ଫିଲ୍ମ ଭାରତରେ ଦିଶା ସଲମାନଙ୍କ ଭଉଣୀ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମରେ ଦିଶାଙ୍କ ବ୍ୟତୀତ କ୍ୟାଟ୍ରିନା, ତବ୍ବୁ ଅଭିନୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here