ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
‘’ମୋ ସମର୍ଥକ ଯାହା ଚାହିଁବେ ତାହା ହିଁ ହେବ’’।
ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଆସନ୍ତା ୨୫ରେ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି, ଯେଉଁଥିରେ ନବ ଦାସ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଏହି କଥାରୁ ଜଣା ପଡ଼ୁଛି ନବ ନିକଟରେ କିଛି ଗୋଟେ ନିଷ୍ପତ୍ତି ନେଇପାରନ୍ତି। ଏହା ସହିତ ସେ ବିଜେଡିରେ ସାମିଲ ହେବା ଚର୍ଚ୍ଚା ବି ଜୋର ଧରିଛି।
ନବ କହିଛନ୍ତି ମୋ ସମର୍ଥକ ଯାହା ଚାହିଁବେ ତାହା ହିଁ ହେବ। ନବ ଦାସ ଅଲଗା ଦଳରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାର ପ୍ରତିକ୍ରିୟା ଦେବାକୁ ଯାଇ ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି କି ସେମିତି କିଛି ହେଲେ ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ।
କିଛିଦିନ ତଳେ ନବ ଦାସ ନିଜେ କହଥିଲେ କି,”୨୦୧୯ ନିର୍ବାଚନ ମୁଁ କଂଗ୍ରେସରୁ ଲଢ଼ିବି।” ତେବେ ଏହାର କିଛିଦିନ ପରେ ସେ କାହିଁକି ରାହୁଲଙ୍କ ସଭାରେ ଯୋଗ ଦେବାକୁ ମନା କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।


















