ଓଡ଼ିଶାଲାଇଭ୍‌ ବ୍ୟୁରୋ

Kansha Maharaja

ମଥୁରା ନଗରୀ ଏବେ କଂସଙ୍କ କବଳରେ। ବରଗଡ଼ ଧନୁଯାତ୍ରା ମହୋତ୍ସବର ତୃତୀୟ ଦିନରେ ମହାରାଜା କଂସ ହାତୀ ପଠିରେ ବସି ନଗର ଭ୍ରମଣ କରିଥିଲେ।

ଦେବକୀଙ୍କ ଅଷ୍ଟମ ଗର୍ଭରୁ ଭଗବାନ ଜନ୍ମ ନେଉଛନ୍ତି ଶ୍ରୀକୃଷ୍ଣଙ୍କ ରୂପରେ। ପୁତ୍ର ସନ୍ତାନଟିଏ ପାଇ ବସୁଦେବ-ଦେବକୀ ଯେମିତି ଉଲ୍ଲସିତ, କଂସ ଭୟରେ ଆତଙ୍କିତ ହୋଇଥିଲା।

Dhanu Yatra at Baragarh

ପରେ କଂସ ମଥୁରା କାରାଗାରକୁ ପ୍ରବେଶ କରିଥିଲେ ଏବଂ ବିଜୁଳିକନ୍ୟାକୁ ଧରି ଦର୍ପଣଶୀଳାରେ ପ୍ରହାର କରିଥିଲେ। ସେହି ସମୟରେ ବିଜୁଳି କନ୍ୟା ଅଦୃଶ୍ୟ ହେବା ସହ ଦୈବୀବାଣୀ ହୋଇଥିଲା:-“ତତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ।” ଏହା ଶୁଣି ମହାରାଜା କଂସ ବିଚଳିତ ହେବା ସହ ରାଜଦରବାରକୁ ଫେରି ଯାଇଥିଲେ।

ଅନ୍ୟପକ୍ଷରେ ଗୋପପୁରରେ ନନ୍ଦ ଦରବାର ଉଦଘାଟନ ହୋଇଥିଲା। ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ଅଧ୍ୟକ୍ଷ ଇନ୍ଦ୍ରମଣୀ ତ୍ରିପାଠୀ ଏସପି ମୁକେଶ ଭାମୁ ପ୍ରମୁଖ ଯୋଗ ଦେଇ ନନ୍ଦ ଦରବାର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସୁରେଶ୍ଵର ଶତପଥୀ, ଦଣ୍ଡାନିଧି ପ୍ରଧାନ ସମେତ ନନ୍ଦରାଜା ଓ ନନ୍ଦରାଣୀ ଉପସ୍ଥିତ ଥିଲେ।

ଗୋପପୁରରେ ନନ୍ଦୋତ୍ସବ ଘୋଷଣା କରିଥିଲେ ନନ୍ଦରାଜା। କୃଷ୍ଣଙ୍କୁ ଦୋଳିରେ ଝୁଲାଯାଇଥିଲା। ରାସ ନୃତ୍ୟ ଓ ନଗର ସଂକୀର୍ତ୍ତନ ସହ ନନ୍ଦରାଜା, ନନ୍ଦରାଣୀ କୃଷ୍ଣଙ୍କୁ ଧରି ଗୋପପୁର ପରିକ୍ରମା କରିଥିଲେ। କୃଷ୍ଣଙ୍କ ଦର୍ଶନ ପାଇ ଗୋପପୁରବାସୀ ବିଭୋର ହୋଇଥିଲେ। କୃଷ୍ଣଙ୍କୁ ଦୋଳି ଝୁଲାଇବା ସମୟରେ-“ଆହା ମୋ ନନ୍ଦ କୋଳେ ଗୋବିନ୍ଦ’’ ଗୀତର ଆସରରେ ମଧୂରିତ ହୋଇ ଉଠିଥିଲା ସମଗ୍ର ଗୋପପୁର।

Comment